www.samajalive.in
Monday, December 8, 2025
27.1 C
Bhubaneswar

ଅଙ୍ଗଦାନ ବାଧ୍ୟତାମୂଳକ କରିବାକୁ ଆସିବ ବିଧେୟକ

ନୂଆଦିଲ୍ଲୀ: ଦେଶର ସମସ୍ତ ପ୍ରାପ୍ତ ବୟସ୍କ ନାଗରିକ ଅଙ୍ଗଦାନ କରିବା ପ୍ରସ୍ତାବ ଆଧାରିତ ଏକ ବିଧେୟକ ଲୋକସଭାରେ ଆଗତ ହେବ। ବିଜେପି ସାଂସଦ ଫିରୋଜ ବରୁଣ ଗାନ୍ଧୀ ଏହି ବିଧେୟକ ସଂସଦର ଆସନ୍ତା ଅଧିବେଶନରେ ଆଗତ କରିବେ ବୋଲି ସୂଚନା ମିଳିଛି। ଏହା ଏକ ‘ପ୍ରାଇଭେଟ ମେମ୍ବର’ ବିଧେୟକ ଭାବେ ଆଗତ ହେବ।

ପ୍ରସ୍ତାବ ଅନୁଯାୟୀ, କୌଣସି ନାଗରିକଙ୍କର ​କିଛି ଆପତ୍ତି ନ ଥିଲେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଙ୍ଗଦାନ ବାଧ୍ୟତାମୂଳକ କରାଯିବ। ଏହାଦ୍ବାରା ମୃତ୍ୟୁପରେ ଶରୀର ବା ଅଙ୍ଗଦାନକୁ ପ୍ରୋତ୍ସାହନ ମିଳିବ ବୋଲି ବରୁଣ ଆଶା ବ୍ୟକ୍ତ କରିଛନ୍ତି। ଭାରତରେ ସଫଳ ଚିକିତ୍ସା ପାଇଁ ଅଙ୍ଗଦାନ ଅପରିହାର୍ୟ୍ୟ ହୋଇପଡ଼ିଛି। ପ୍ରତିରୋପଣ ପାଇଁ ଅଙ୍ଗ ମିଳୁ ନ ଥିବାରୁ ପ୍ରତିବର୍ଷ ୩ରୁ ୪ ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରତିରୋପଣ ପାଇଁ ବାର୍ଷିକ ପ୍ରାୟ ୨ଲକ୍ଷ ବୃକ୍‌କ ବା କିଡ୍‌ନୀ, ୫୦ହଜାର ଯକୃତ ବା ଲିଭର ଓ ୫୦ହଜାର ହୃତ୍‌ପିଣ୍ଡର ଆବଶ୍ୟକତା ଥିବାବେଳେ ଏହାର ଘୋର ଅଭାବ ରହିଛି। ଦେଶର ମାତ୍ର ୦.୮ପ୍ରତିଶତ ଜନତା ଅଙ୍ଗଦାନ ପାଇଁ ପଞ୍ଜିକୃତ ହେଉଛନ୍ତି; ଯାହାକି ବିଦେଶରେ ୩୦ପ୍ରତିଶତ। ଏତଦ୍‌ବ୍ୟତୀତ ଦାଗୀ ଲୋକପ୍ରତିନିଧିମାନଙ୍କୁ ପ୍ରତ୍ୟାହାର ପାଇଁ ମତଦାତାଙ୍କୁ ଅଧିକାର ଦେବା ସଂକ୍ରାନ୍ତ ବିଧେୟକ ମଧ୍ୟ ବରୁଣ ଆଗତ କରିବେ ବୋଲି ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories