www.samajalive.in
Monday, December 8, 2025
27.1 C
Bhubaneswar

ଖାମଖିଆଲି ବିଦ୍ୟୁତ ବିଭାଗ – ଅଳ୍ପକେ ବର୍ତ୍ତିଲେ ଯୁବକ

ଟିଟିଲାଗଡ଼: ଟିଟିଲାଗଡ ଏସଡିପିଓଙ୍କ ପୁରାତନ କାର୍ଯ୍ୟାଳୟର ଅନତି ଦୁରରେ ରାସ୍ତା ଉପରେ ରହିଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ଏକ ବଡ ଦୁର୍ଘଟଣାରୁ ଜଣେ ଯୁବକ ଅଳ୍ପକେ ରକ୍ଷା ପାଇଛନ୍ତି। ରାଜ୍ୟରେ ବିଦ୍ୟୁତ ତାର ସଂପର୍ଶରେ ଆସି ତଥା ମୁକୁଳା ଟ୍ରାନ୍ସଫର୍ମର ନେଇ ଆଉ କେତେ ମୁଲ୍ୟବାନ ଜୀବନ ଗଡିଲେ ବିଦ୍ୟୁତ ବିଭାଗ ଚେତିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଟିଟିଲାଗଡ ବିଜୁ ପଟ୍ଟନାୟକ ଛକରୁ ଧର୍ମଶାଳା ପଟକୁ ଯାଇଥିବା ରାସ୍ତାର ପୁରାତନ ପୁଲିସ ଏସଡିପିଓଙ୍କ କାର୍ଯ୍ୟାଳୟ ନିକଟସ୍ଥ ହାଟପଦା ବାଇପାସ ରାସ୍ତା ଛକ ସ୍ଥାନରେ ଏକ ମୁକୁଳା ଟ୍ରାନ୍ସଫର୍ମର ବିପଦ ସୃଷ୍ଟି କରିଛି। ଲୋକଙ୍କ ଦାବି ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଏହାର ଗୋଟିଏ ପଟରେ ପାଚେରି ନିର୍ମାଣ କରାଯାଇଥିବା ବେଳେ ବାଇପାସ ରାସ୍ତା ପଟ ଅଦ୍ୟାବଧି ମୁକୁଳା ରହିଛି।

ତେବେ ସୋମବାର ଜଣେ ଯୁବକ ବାଇକରେ ଉକ୍ତ ଛକରୁ ବାଇପାସ ରାସ୍ତାକୁ ମୋଡିବା ବେଳେ ଠିକ ଟ୍ରାନ୍ସଫର୍ମର ନିକଟରେ ଭାରସାମ୍ୟ ହରାଇଥିଲେ। ସେ ସମୟରେ ଉକ୍ତ ଛକରେ ଛିଡା ହୋଇଥିବା ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ ଏ ଘଟଣା ଦେଖି ଯୁବକଙ୍କୁ ଧରି ପକାଇବାରୁ ଟ୍ରାନ୍ସଫର୍ମର ଉପରେ ପଡିବାରୁ ସେ ଅଲ୍ପକେ ରକ୍ଷା ପାଇଥିଲେ। ଅନ୍ୟଥା ଏକ ବହୁ ମୁଲ୍ୟ ଜୀବନ ଚାଲିଯାଇଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏନେଇ ବିଦ୍ୟୁତ ବିଭାଗ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories