www.samajalive.in
Tuesday, December 9, 2025
16.1 C
Bhubaneswar

ତିରୁପତିରେ ଭଗବାନ ବାଲାଜୀଙ୍କୁ ୧ କୋଟି ଟଙ୍କାର ଖଡ୍‍ଗ ଅର୍ପଣ

ତିରୁପତି: ଏଠାରେ ତିରୁମାଳା ପବର୍ତମାଳାରେ ଥିବା ଭଗବାନ ଭେଙ୍କଟେଶ୍ୱରଙ୍କ ପବିତ୍ର ପୀଠରେ ଜଣେ ଭକ୍ତ ୧ କୋଟି ଟଙ୍କା ମୂଲ୍ୟର ଏକ ଖଡ୍‍ଗ ଅର୍ପଣ କରିଛନ୍ତି । ଏହି ଖଡ୍‍ଗର ଓଜନ ୫ କିଲୋଗ୍ରାମ ଏବଂ ଏଥିରେ ୨ କିଲୋଗ୍ରାମ ସୁନା ଏବଂ ୩ କିଲୋଗ୍ରାମ ରୂପା ବ୍ୟବହାର କରାଯାଇଛି । ହାଇଦରାବାଦର ଜଣେ ବ୍ୟବସାୟୀ ତଥା ଭକ୍ତ ଭଗବାନଙ୍କ ନିକଟରେ ଏହାକୁ ଅର୍ପଣ କରିଛନ୍ତି । ଏହି ଖଡ୍‍ଗକୁ ‘ସୂର୍ଯ୍ୟକାଟାରି’ ବୋଲି କୁହାଯାଉଛି । ଏହି ଅବସରରେ ତିରୁମାଲା-ତିରୁପତି ଦେବସ୍ଥାନମର ଅତିରିକ୍ତ ନିର୍ବାହୀ ଅଧିକାରୀ ଏ ଭେଙ୍କଟ ଧର୍ମା ରେଡ୍ଡି ଉପସ୍ଥିତ ରହି ଖଡ୍‍ଗକୁ ଗ୍ରହଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories