www.samajalive.in
Monday, December 8, 2025
16.1 C
Bhubaneswar

ଅଳ୍ପ ପବନ ; ପ୍ରବଳ ବର୍ଷା – ଏସଆରସି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସଆରସିଙ୍କ କହିବା ଅନୁଯାୟୀ, ଆଇଏମଡିଙ୍କ ଆକଳନ ଅନୁସାରେ ବାତ୍ୟା ଆସନ୍ତାକାଲି ସ୍ଥଳଭାଗ ଛୁଇଁବ। ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ଏହା ସ୍ଥଳଭାଗ ଛୁଇଁବାକୁ ଆକଳନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟର ୭ଟି ଜିଲାରେ ଅଧିକରୁ ଅଧିକ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି। ଗଞ୍ଜାମ,ଗଜପତି,କୋରାପୁଟ,ରାୟଗଡା ,ନବରଙ୍ଗପୁର,କନ୍ଧମାଳ,ମାଲକାନଗିରିରେ ଅଧିକ ପ୍ରଭାବ ପଡିବ। ଆକଳନ ଅନୁଯାୟୀ ଅଳ୍ପ ପବନ ମାତ୍ର ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ପରିମାଣ କାଲି ଓ ପଅରଦିନ ଅଧିକ ରହିବ। ସମ୍ଭାବ୍ୟ ବାତ୍ୟା ନେଇ ଗତ କାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ୭ ଜିଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ପ୍ରସ୍ତୁତି ଜାରି ରହିଛି। ରାଜ୍ୟର ୭ ଜିଲା ସହ ନୟାଗଡରେ ମଧ୍ୟ ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ ହେବେ। ଓଡ୍ରାଫର ଓ ଏନଡିଆରଏଫର ୨୪ଟି ଟିମ ମୁତୟନ କରାଯିବ। ପ୍ରବଳ ବର୍ଷା କାରଣରୁ ଫ୍ଲାସ୍‍ ଫ୍ଲଡ ହୋଇପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ବାତ୍ୟା ତିତଲି ଭଳି ଗଜପତି,ରାୟଗଡାରେ ଭୂସ୍ଖଳନ ହୋଇପାରେ ବୋଲି ଏସଆରସି କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories