ଭୁବନେଶ୍ବର (ବ୍ୟୁରୋ): ସତ୍ୟନଗର ତୋଷାଳୀ ଭବନ ସମ୍ମୁଖସ୍ଥ ଏକ ଓମଫେଡ଼୍ ଷ୍ଟଲକୁ ସିଲ୍ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ସିଲ୍ କରିଛନ୍ତି । ଜଣେ କରୋନା ସଂକ୍ରମିତ ଏହି ଷ୍ଟଲକୁ ବାରମ୍ବାର ଯାଇଥିବା ସୂଚନା ମିଳିବା ପରେ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଓମଫେଡ଼୍ ଷ୍ଟଲକୁ ଯାଇଥିବା ସମସ୍ତ ବ୍ୟକ୍ତି ନିଜକୁ ସଙ୍ଗରୋଧ (କ୍ବାରେଣ୍ଟାଇନରେ ରହିବା) ରଖିବା ସହ କିଛି କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ୧୦୪ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରିବାକୁ ବିଏମସି ପରାମର୍ଶ ଦେଇଛି ।
Popular Categories



