www.samajalive.in
Monday, December 8, 2025
27.1 C
Bhubaneswar

ଅଲିମ୍ପିକ୍‌ସ: ଜୁଲାଇ ୩୦ରେ ଦୌଡ଼ିବେ ଦୂତି

କଟକ: ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେଉଥିବା ବେଳେ ସମସ୍ତ କ୍ରୀଡ଼ାର ଖେଳସୂଚୀ ପ୍ରକାଶ ପାଇଛି। ଦେଶର ଦ୍ରୁତତମା ଧାବିକା ଦୂତି ଚାନ୍ଦଙ୍କ ଉପରେ ସ୍ବାଭାବିକ ଭାବେ ଆମ ନଜର ରହିବ। ଜାତୀୟ ରେକର୍ଡଧାରୀ ଦୂତି ଜୁଲାଇ ୩୦ ସକାଳ ୮.୧୦ରେ ମହିଳା ୧୦୦ ମିଟର ଦୌଡ଼ର ପ୍ରଥମ ରାଉଣ୍ଡରେ ଟ୍ରାକ୍‌କୁ ଓହ୍ଲାଇବେ।

ଯଦି ଏହି ଇଭେଣ୍ଟର ସେମିଫାଇନାଲ ପାଇଁ ଦୂତି ଯୋଗ୍ୟତା ଅର୍ଜନ କରନ୍ତି; ତେବେ ଜୁଲାଇ ୩୧ରେ ପ୍ରତିଯୋଗିତାରେ ଭାଗନେବେ। ସେହିଦିନ ସନ୍ଧ୍ୟା ୬.୨୦ରେ ମହିଳା ୧୦୦ ମିଟର ଦୌଡ଼ର ଫାଇନାଲ ହେବ। ଦୂତି ମହିଳା ୨୦୦ ମିଟର ଦୌଡ଼ରେ ମଧ୍ୟ ଭାଗନେବେ। ଅଗଷ୍ଟ ୨ରେ ସକାଳ ୭.୩୦ରେ ଦୂତି ଏହାର ପ୍ରଥମ ରାଉଣ୍ଡରେ ଭାଗନେବେ। ଅଗଷ୍ଟ ୩ରେ ସକାଳେ ମହିଳା ୨୦୦ ମିଟର ଦୌଡ଼ର ସେମିଫାଇନାଲ ଏବଂ ସନ୍ଧ୍ୟା ୬.୨୦ରେ ଫାଇନାଲ ରେସ୍ ଅନୁଷ୍ଠିତ ହେବ। ଅଗଷ୍ଟ ୪ରେ ଭାରତର ଶ୍ରେଷ୍ଠ ପଦକ ଆଶା ନୀରଜ ଚୋପ୍ରା ଓ ଶିବପାଲ ସିଂହ ସକାଳ ୫.୩୫ରେ ଜାଭେଲିନ୍ ଥ୍ରୋ’ର ଯୋଗ୍ୟତା ରାଉଣ୍ଡରେ ଅବତୀର୍ଣ୍ଣ ହେବେ। ଅଗଷ୍ଟ ୭ ଅପରାହ୍‌ଣ ୪.୩୦ରେ ପୁରୁଷ ଜାଭେଲିନ୍ ଥ୍ରୋ’ର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଜୁଲାଇ ୩୧ ସକାଳ ୬ଟାରୁ ମହିଳା ଡିସ୍‌କସ୍‌ର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭହେବ। ଏଥିରେ ଭାରତର ସୀମା ପୁନିଆ ଓ କମଲପ୍ରୀତ କୌର ଭାଗନେବେ। ଅଗଷ୍ଟ ୨ ଅପରାହ୍‌ଣ ୫.୩୦ରେ ଫାଇନାଲ ମୁକାବିଲା ଆରମ୍ଭହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories