www.samajalive.in
Monday, December 8, 2025
27.1 C
Bhubaneswar

୫ଟି ଭାଷାକୁ ଜାମ୍ମୁ ଓ କାଶ୍ମୀରର ସରକାରୀ ଭାଷା ମାନ୍ୟତା

ଜାମ୍ମୁ ଓ କାଶ୍ମୀର ସରକାରୀ ଭାଷା ବିଲ୍‍ ୨୦୨୦ ରାଜ୍ୟସଭାରେ ଅନୁମୋଦନ ହେବା ସହ ଏହା ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍‍ ଅନୁସାରେ କାଶ୍ମିରୀ, ଡୋଗ୍ରୀ, ହିନ୍ଦୀ, ଇଙ୍ଗ୍‍ଲିସ୍‍ ଏବଂ ଉର୍ଦ୍ଦୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେବ। ଏ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଶନ୍‍ ରେଡ୍ଡୀ କହିଛନ୍ତି, ଏହି ଆଇନ୍‍ ଜାମ୍ମୁ ଓ କାଶ୍ମୀର ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୂରଣ କରିଛି। ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ ସେମାନେ କହୁଥିବା ଓ ବୁଝୁଥିବା ଭାଷାକୁ ସରକାରୀ ଭାଷା କରାଯିବା ଲାଗି ଦାବି କରୁଥିବା ବିଷୟରେ ଉପରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ।

ସେ କହିଛନ୍ତି, ଏହି ବିଲ୍‍ ଦ୍ୱାରା ଦୀର୍ଘ ୭୦ବର୍ଷର ତ୍ରୁଟିକୁ ସଂଶୋଧନ କରାଯାଇଛି ଏବଂ ଜାମ୍ମୁ ଓ କାଶ୍ମୀରର ଜନସାଧାରଣଙ୍କ କଥିତ ଭାଷାକୁ ସେମାନଙ୍କର ସରକାରୀ ଭାଷା ଭାବେ ମାନ୍ୟତା ଦିଆଯାଇଛି। ମନ୍ତ୍ରୀ କହିଛନ୍ତି, ଜାମ୍ମୁ ଓ କାଶ୍ମୀରରେ ପଞ୍ଜାବୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ଦିଗରେ ସରକାର କାର୍ଯ୍ୟ କରିବେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories