www.samajalive.in
Thursday, December 11, 2025
27.1 C
Bhubaneswar

ଟିକାକରଣ ଟପିଲା ୧.୧୧ କୋଟି

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ଏବେ ଦ୍ରୁତଗତିରେ ଚାଲିଛି। ତେବେ ଦୁଇଦିନ ହେଲାଣି ସରକାରଙ୍କ ଧାର୍ଯ୍ୟ ୩ଲକ୍ଷ ପାନ ଟିକା ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଗତକାଲି ୨ଲକ୍ଷ ୮୨ହଜାର ୨୧ ପାନ ଟିକା ଦିଆଯାଇଥିବାବେଳେ ଆଜି ୨ଲକ୍ଷ ୪୫ହଜାର ୩୦୬ ପାନ ଟିକା ଦିଆଯାଇଛି। ଆଜିର ଟିକାଦାନକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୧୧ଲକ୍ଷ ୭୦ହଜାର ୩୯୪ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି ସୁଦ୍ଧା ୧୮ରୁ ୪୪ବର୍ଷ ବୟସ୍କ ୨୪ଲକ୍ଷ ୯୬ହଜାର ୨୯୩ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବାବେଳେ ୧ଲକ୍ଷ ୩୩ହଜାର ୬୭ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୯ଲକ୍ଷ ୯୫ହଜାର ୬୨୦ଜଣ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୧୪ଲକ୍ଷ ୩୬ହଜାର ୮୯୯ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ଏହାବାଦ୍‍ ୩ଲକ୍ଷ ୩୨ହଜାର ୯୫୨ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ଏବଂ ସେଥିରୁ ୨ଲକ୍ଷ ୮୧ହଜାର ୬୯୬ଜଣ ଦ୍ୱିତୀୟପାନ ଟିକା ନେଇଥିବାବେଳେ ୩ଲକ୍ଷ ୧୧ ହଜାର ୨୯୪ଜଣ କରୋନା ଯୋଦ୍ଧା ପ୍ରଥମ ପାନ ଏବଂ ୧ଲକ୍ଷ ୮୨ହଜାର ୫୭୩ଜଣ ସେଥିରୁ ଦ୍ୱିତୀୟପାନ ଟିକା ନେଇଛନ୍ତି। ଆସନ୍ତାକାଲି ୯୩୧ଟି କେନ୍ଦ୍ରରେ ଟିକାକରଣ ହେବାକୁ ରହିଛି। ହେଲେ କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଟିକାକରଣ ଟପିଲା…

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories