www.samajalive.in
Monday, December 8, 2025
27.1 C
Bhubaneswar

୪ ଦିନ କାଳବୈଶାଖୀ

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗରେ ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିଜୁଳି-ଘଡଘଡ଼ି ସହ ଝଡ଼ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି। ତେଣୁ ୧୫ ତାରିଖରୁ ୪ଦିନ ଧରି ବଜ୍ରପାତ ସହ ବର୍ଷା ପବନ ବହିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୬, ୧୭ ଏବଂ ୧୮ ତାରିଖରେ ବଜ୍ରପାତ ସହ ବର୍ଷା ପରିମାଣ ବୃଦ୍ଧି ପାଇବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବା ଆଶଙ୍କା ରହିଛି। ବିଜୁଳି-ଘଡଘଡ଼ି ଏବଂ ଝଡ଼ ପବନ ସକାଶେ ଚେତାବନୀ ଜାରି ହୋଇଛି। ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବା ଏବଂ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଫେବୃଆରୀ ତୃତୀୟ ସପ୍ତାହରୁ ରାଜ୍ୟରେ ତାତି ବୃଦ୍ଧି ପାଉଥିବାବେଳେ ଗରମ ଅନୁଭୂତ ହେଉଥିଲା। ଏଣିକି ଗରମରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିବ। ରାଜ୍ୟକୁ ଆସୁଥିବା ପଶ୍ଚିମାଝଡ଼ ଦ୍ବାରା ଉପକୂଳ, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାଲେଶ୍ବରରେ ଅଧିକ ପ୍ରଭାବ ରହିବାର ଆଶଙ୍କା ରହିଛି। ଫଳରେ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ବର୍ଷାରେ ଭିଜିବ। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟ‌େ‌ର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା‌ରେ ବଜ୍ରପାତକୁ ଦୃଷ୍ଟିରେ ରଖି ହଳଦିଆ ସତର୍କ ସୂଚନା ଜାରି ହୋଇଛି। ଏଥିସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ମାଲକାନଗିରି, କୋରାପୁଟ ଏବଂ ନୂଆପଡ଼ାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୬ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ୧୩ଟି ଜିଲାକୁ ସତର୍କତା ଜାରି କରାଯାଇଛି। ମାଲକାନଗିରି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ରାୟଗଡ଼ା ଏବଂ କନ୍ଧମାଳର କିଛି ଅଞ୍ଚଳରେ ବଜ୍ରପାତ ସହ କାଳବୈଶାଖୀ ପବନ ଘଣ୍ଟା ପ୍ରତି ୪୦ରୁ ୫୦କିମି ବହିବ।

- Advertisement -

ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। ୧୭ରେ ୧୨ଟି ଜିଲାକୁ ସତର୍କତା ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ ଏବଂ ଢେଙ୍କାନାଳରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏହି ସମୟ ପରିଧି ମଧ୍ୟରେ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜକୁ ବଜ୍ରପାତ ଏବଂ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦କିମି ଜନିତ କାରଣ ପାଇଁ ହଳଦିଆ ସତର୍କ ସୂଚନା ଦିଆଯାଇଛି।

୧୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକକୁ ବଜ୍ରପାତ ଏବଂ ପବନକୁ ଦୃଷ୍ଟିରେ ରଖି ସତର୍କତା ଜାରି କରାଯାଇ ଥିବାବେଳେ ସୁନ୍ଦରଗଡ଼, ଅନୁଗୋଳ ଏବଂ ଢେଙ୍କାନାଳରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ୧୫ରେ ବିଜୁଳି, ଘଡ଼ଘଡ଼ି ଜନିତ ବର୍ଷା ରହିବ। ୧୬, ୧୭ରେ ପଶ୍ଚିମାଝଡ଼ ପ୍ରଭାବ ଅଧିକ ରହିବ। ଚାଷୀ ଭାଇମାନେ ଅମଳ ଯୁକ୍ତ ରବି ଫସଲର ସୁରକ୍ଷା ଏବଂ ଜମିରେ ପଡିଥିବା ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମରୁ ପୂର୍ବ ଆଡକୁ ଓଡ଼ିଶା ମଧ୍ୟ ଦେଇ ଏକ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଛି। ବଙ୍ଗୋପସାଗରରୁ ଦକ୍ଷିଣ-ପୂର୍ବ ଆଡ଼କୁ ଆର୍ଦ୍ର ବାୟୁ ପ୍ରବାହିତ ହେବ। ଏହି ଦୁଇପ୍ରକାର ପାଣିପାଗ ମିଶ୍ରଣ ଦ୍ବାରା କାଳବୈଶାଖୀ ଜନିତ ବର୍ଷା ପବନ ସହ ବଜ୍ରପାତ ଆଶଙ୍କା ରହିଛି। ୧୬, ୧୭ ଏବଂ ୧୮ ତାରିଖରେ ଅଧିକ ପ୍ରଭାବ ରହିଛି। ପରବର୍ତ୍ତୀ ସମୟରେ ବାୟୁମଣ୍ଡଳ ଶୀତଳ ପଡିବା ଦ୍ବାରା ବଜ୍ରପାତ କମିବ ଏବଂ ବର୍ଷା ପ୍ରଭାବ ରହିବ। ତେବେ ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିବ। ସର୍ବାଧିକ ତାପମାତ୍ରା କମିବାକୁ ଥିବାବେଳେ ରାଜଧାନୀରେ ବଜ୍ରପାତ ଏବଂ ବର୍ଷା ପ୍ରଭାବ ରହିବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories