www.samajalive.in
Sunday, December 7, 2025
15.1 C
Bhubaneswar

ଅଭିଲେଖାଗାର ଚଳନ୍ତି ଇତିହାସର ଗନ୍ତାଘର: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ନୋବେଲ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଅନ୍‌ଲାଇନ୍‌ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି। ଏହି ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ। ଦଲିଲ୍‌ ଦସ୍ତାବିଜ୍‌, ବହିପତ୍ର, ଚିଠିପତ୍ର, ଫାଇଲ୍‌ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ। ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ। ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା। ଇତିହାସର ପୁନରୁଦ୍ଧାର ସହିତ ସମକାଳୀନ ପ୍ରସଙ୍ଗ ତଥା ଭବିଷ୍ୟତର ନିର୍ଘଣ୍ଟ ପ୍ରସ୍ତୁତିରେ ଅଭିଲେଖାଗାରର ବଡ଼ ଭୂମିକା ରହିଛି। ବର୍ତ୍ତମାନର ଯୁଗ ହେଉଛି ସୂଚନା ବା ତଥ୍ୟର ଯୁଗ। ଏହି ସୂଚନା ବା ତଥ୍ୟର ଅନ୍ୟତମ ଭଣ୍ଡାର ହେଉଛି ଅଭିଲେଖାଗାର। ଯେକୌଣସି ଗବେଷକ, ଛାତ୍ର କିମ୍ବା ଆଗ୍ରହୀ ବ୍ୟକ୍ତି ଅଭିଲେଖାଗାରରେ ସଂରକ୍ଷିତ ତଥ୍ୟଭଣ୍ଡାରର ସହାୟତା ନେଇପାରେ। ସୂଚନା ପାଇବାର ଅଧିକାରରୁ ଆମ ଗଣତନ୍ତ୍ରରେ ମହତ୍ତ୍ୱ ପ୍ରଦାନ କରାଯାଇଥିବାବେଳେ ନାଗରିକମାନେ ସୂଚନା ସଂଗ୍ରହ କରିପାରିବେ ଓ ଏହା ମଧ୍ୟ ସାର୍ବଜନୀନ ହୋଇପାରିବ। ରାଜ୍ୟ ଅଭିଲେଖାଗାରକୁ ଅଧିକ ସୁସଂଗଠିତ, ଶୃଙ୍ଖଳିତ ଏବଂ ଶକ୍ତିଶାଳୀ କରିବା ନିମନ୍ତେ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ବିଭାଗୀୟ ନିର୍ଦେଶକ ରଞ୍ଜନ କୁମାର ଦାସ ଅଭିଲେଖାଗାର ଯେତେ ମାତ୍ରାରେ ସଶକ୍ତ ଓ କ୍ରିୟାଶୀଳ ହେବ, ସେତିକି ପରିମାଣରେ ତାହା କ୍ଷମତାପନ୍ନ ହୋଇପାରିବ ଏବଂ ଅଧିକତର ସେବା ଯୋଗାଇଦେଇପାରିବ ବୋଲି କହିଥିଲେ।

- Advertisement -

 

ଆଲୋଚନାର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦେଶାଳୟର ପ୍ରାକ୍ତନ ନିର୍ଦେଶକ ତଥା ଐତିହାସିକ ପ୍ରଫେସର ସୁସ୍ମିତ ପାଣି ଅଭିଲେଖାଗାର ବିଷୟରେ ବକ୍ତବ୍ୟ ରଖି ଦଲିଲ୍‌ ଦସ୍ତାବିଜ୍‌ଗୁଡ଼ିକ ଏବେ ଡିଜିଟାଇଜ୍‌ ମାଧ୍ୟମରେ ସଂରକ୍ଷିତ ହୋଇ ରହିପାରୁଛି ଏବଂ ରେକର୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ଜରିଆରେ ଆମ ହାତପାହାନ୍ତାରେ କିଛିକ୍ଷଣ ମଧ୍ୟରେ କିପରି କମ୍ପ୍ୟୁଟର ସ୍କ୍ରିନ୍‌ରେ ଦଲିଲ୍‌ଗୁଡ଼ିକ ଆମେ ଦେଖିପାରୁଛେ ସେ ବିଷୟରେ କହିଥିଲେ। ପ୍ରସଙ୍ଗ କ୍ରମେ ଗ୍ରନ୍ଥସମୂହର ସୂଚୀପତ୍ର କିପରି ଅଭିଲେଖାଗାର ଏବଂ ପାଠାଗାର ପାଇଁ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କହିଥିଲେ। ଗୋଟିଏ ଅଭିଲେଖାଗାରର ଅନ୍ୟ ରାଜ୍ୟ ଅଭିଲେଖାଗାର ସହିତ ଏବଂ ଜାତୀୟ ଅଭିଲେଖାଗାର ସହିତ ସଂଯୋଗୀକରଣ କିପରି ଅଭିଲେଖାଗାରକୁ ଅଧିକ ସମୃଦ୍ଧ କରିଥାଏ ସେ ବିଷୟରେ ପ୍ରଫେସର ପାଣି ବର୍ଣ୍ଣନା କରିଥିଲେ। ପରିଶେଷରେ ଅଭିଲେଖାଗାରର କର୍ମକର୍ତ୍ତା କିଭଳି ଗବେଷକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ରଖିବା ଉଚିତ ସେ ବିଷୟରେ କହିବା ସହିତ ଗବେଷକମାନଙ୍କର ଉତ୍ତରଦାୟିତ୍ୱ ବିଷୟରେ ମଧ୍ୟ କହିଥିଲେ।
ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ଏହି ଦୃଶ୍ୟଶ୍ରାବ୍ୟ ସଭାରେ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖାବିତ୍‌ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ-ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଶେଷରେ ରାଜ୍ୟ ଅଭିଲେଖାଗାରର ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories