www.samajalive.in
Monday, December 8, 2025
20.1 C
Bhubaneswar

ସୁଧାଂଶୁ ସାହୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଖୋର୍ଦ୍ଧା ଡାଇମଣ୍ଡ କ୍ଲବ୍‌‌ ବିଜୟୀ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଦୌଲତାବାଦସ୍ଥିତ ଅମରଜ୍ୟୋତି କ୍ଲବ୍‌‌ ଆନୁକୁଲ୍ୟରେ ଆୟେଜିତ ସୁଧାଂଶୁ ସାହୁ ଓ ସୁଧାକର ମହାପାତ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ମ୍ୟାଚ୍‌‌ରେ ଖେର୍ଦ୍ଧାର ଡାଇମଣ୍ଡ କ୍ଲବ୍‌‌ ବିଜୟ ହାସଲ କରିଛି।ଦେଉଳିର ବାଲୁଙ୍କେଶ୍ୱର ଫୁଟବଲ ଟିମ୍‌‌ ଓ ଡାଇମଣ୍ଡ କ୍ଲବ୍‌‌ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ଡାଇମଣ୍ଡ କ୍ଲବ୍‌‌ ବାଲୁଙ୍କେଶ୍ୱର ବିପକ୍ଷରେ ୫ଟି ଗୋଲ ଦେଇ ଥିବାବେଳେ ବାଲୁଙ୍କେଶ୍ୱର ମାତ୍ର ଗୋଟିଏ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଡାଇମଣ୍ଡର ଟୁକୁନୁ ମୁର୍ମୁ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ।ଏଥି ପାଇଁ ସାବିତ୍ରୀ ଜୁଏଲର୍ସ୍‌‌ ତରଫରୁ ଶ୍ରୀ ମୁର୍ମୁଙ୍କୁ ପୁରସ୍କାର ସ୍ୱରୂପ ୩ହଜାର ଟଙ୍କା ଅର୍ଥରାଶୀ ପ୍ରଦାନ କରିଥିଲେ।ରେଫେରୀ ସଂଜୀବ ଦାସ, ବ୍ରହ୍ମାନନ୍ଦ ଭୋଇ, ଲକି ହେମ୍ବ୍ରମ ଓ ଧନୁ ସୋରେନ୍‌‌ ମ୍ୟାଚ୍‌‌ ପରିଚାଳନା କରିଥିଲେ। ଉଦ୍ୟୋଗପତି ରତନ କୁମାର ସାନ୍ତୁକା ଓ ମୁରଲୀଧର ମହାରଣା ଏଥିରେ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କ୍ଲବ୍‌‌ର ଅମୂଲ୍ୟ ଗିରି, ସୁକଦେବ ଭୁୟାଁ, ତ୍ରିଲୋଚନ ରାଉତ, ସଂଜୟ ବେହେରା,ସରୋଜ ରାଉତ,ମନୋଜ ବେଉରା, ଲଲୁନା ସୁବୁଦ୍ଧିରାୟ, ବିକ୍ରମ ସାମଲ, ଅନୀଲ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories