ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅଧିନ ଢେଙ୍କିକୋଟ ବଜାର ଅଞ୍ଚଳ ହାଇସ୍କୁଲ ପାର୍ଶ୍ଵ ସର୍ଭିସ୍ ରୋଡରେ ସାଇକେଲ ଦୋକାନ କରିଥିବା ରମେଶ ଚନ୍ଦ୍ର ସାହୁଙ୍କ ପାଖରୁ ପାଖା ପାଖି ୪୦ ଗ୍ରାମ ଓଜନର ଏକ ମୋଟା ସୁନା ହାର ନେଇ ପଲସରରେ ଆସିଥିବା ୨ ଲୁଟେରା ଆଖି ପିଛୁଳାକେ ଫେରାର ହୋଇଯାଇଛନ୍ତି। ଆଜି ସନ୍ଧ୍ୟା ପାଖାପାଖି ସାଢେ଼ ୫ ଟା ସମୟରେ ଘଟଗାଁ ଆଡୁ ପଲ୍ସରରେ ଆସିଥିବା ୨ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବାଇକରେ ବସି ରହିଥିବାବେଳେ ଆଉ ଜଣେ ଯୁବକ ରମେଶଙ୍କ ଦୋକାନକୁ ଆସି ପାଖ ହନୁମାନ ମନ୍ଦିରରେ ୫ ଶହ ଟଙ୍କା ଦାନ ବାକ୍ସରେ ଦେବାକୁ କହିବା ସହ ତାଙ୍କ ସୁନା ଚେନ୍ ଟିକୁ ବେକରେ ନପକାଇ ଡ୍ରରେ ରଖିବାକୁ କହିଥିଲା। ରମେଶ ଚେନ ଟିକୁ ବେକରୁ ଖୋଲି ଡ୍ରରେ ରଖିବା ପରେ ଟଙ୍କା ଦାନ ବାକ୍ସରେ ପକାଇ ଦେବେ ବୋଲି କହୁଥିବା ସମୟରେ ହଠାତ ଲୁଟେରା ଜଣଙ୍କ ଡ୍ରରୁ ଚେନ ନେଇ ସାଥି ସହ ବୋଇକ ଯୋଗେ କେନ୍ଦୁଝର ଆଡ଼କୁ ଫେରାର ହୋଇଯାଇଛନ୍ତି। ଏ ନେଇ ରମେଶଙ୍କ ପୁଅ ତୃପ୍ତି ରଞ୍ଜନ ଢେଙ୍କିକୋଟ ପୁଲିସକୁ ସୂଚନା ଦେଇଛନ୍ତି।
Popular Categories



