ରଣପୁରଗଡ : ରଣପୁର ଶିକ୍ଷା ମଣ୍ଡଳ ନରସିଂହପୁର କ୍ଲଷ୍ଟରରେ ନରସିଂହପୁର ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକଙ୍କ ସହଯୋଗ ଓ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ରଞ୍ଜନ କୁମାର ଜେନା ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପିଲାମାନେ ପୁଷ୍ପ ଓ ଚନ୍ଦନ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ବିଶ୍ୱରଞ୍ଜନ କହିଥିଲେ ଯେ ସାପ କାମୁଡିବା ପରେ ପ୍ରଥମ ସାପ ଚିହ୍ନଟ କରି ଭୟଭୀତ ନହେ।ଇ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ଯିବା ଆବଶ୍ୟକ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ସ୍ନେକ ହେଲ୍ପଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ରଞ୍ଜନ କୁମାର ଜେନା ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସାପ କାମୁଡା ପ୍ରତିରୋଧ ଓ ସଚେତନତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରି ବୁଝାଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସି.ଆର.ସି.ସି. ଶ୍ରୀ ରଣା ସୂଚନା ଦେଇଥିଲେ । ବରିଷ୍ଠ ଶିକ୍ଷକ ନୀଳାଦ୍ରି ବିହାରୀ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ ।
Popular Categories



