ଡେସ୍କ: ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ଦୁଇ ହଜାର କୋଟି ଟଙ୍କା ମୂଲ୍ୟର ଏୟାର ଡିଫେନ୍ସ ଫାୟାର କଣ୍ଟ୍ରୋଲ ରାଡାର କ୍ରୟ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଫାୟାର କଣ୍ଟ୍ରୋଲ ରାଡାରଗୁଡ଼ିକ ଯୁଦ୍ଧ ବିମାନ, ଆକ୍ରମଣକାରୀ ହେଲିକପ୍ଟର ଏବଂ ଶତ୍ରୁ ଡ୍ରୋନ ସମେତ ସମସ୍ତ ପ୍ରକାରର ବାୟୁବାହୀ ବିପଦକୁ ଚିହ୍ନଟ କରିପାରିବ। ଏହା ଏୟାର ଡିଫେନ୍ସ ରେଜିମେଣ୍ଟର ଆଧୁନିକୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ଏବଂ ଭାରତୀୟ ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ବୃଦ୍ଧି କରିବ। ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର ଏବଂ ବିନିମୟ କରିଥିଲେ।



