www.samajalive.in
Tuesday, December 9, 2025
16.1 C
Bhubaneswar

ଓସ୍‌ମେର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଗଠନ ପକ୍ଷରୁ ଏହାର ୪୦ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ-୨୦୨୫ ପାଳିତ ହୋଇଯାଇଛି। ସମଗ୍ର ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓସ୍‌ମେ) କ୍ଷେତ୍ରର ଅଭିବୃଦ୍ଧିକୁ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଓସମେର ଚାରି ଦଶନ୍ଧିର ଅତୁଟ ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୫୦୦ରୁ ଅଧିକ ଏମଏସଏମଇ ଉଦ୍ୟୋଗୀ ଉତ୍ସାହ ଜନକ ଭାବରେ ଅଂଶ ଗ୍ରହଣ କରି ଓଡ଼ିଶାର ବ୍ୟବସାୟୀ ସମୁଦାୟର ଶକ୍ତି ଏବଂ ଜୀବନ୍ତ ତାକୁ ଆଲୋକପାତ କରିଥିଲେ ।

ଏହି ସମ୍ମିଳନୀକୁ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଦ୍ଘାଟନକରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତଶର୍ମା, ଆଇଏଏସ୍ ଏବଂ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟର ଏମଏସଏମଇ-ଡିଏଫଓ, ଯୁଗ୍ମ ନିର୍ଦ୍ଦେଶକ ତଥା ଏଚୟୁ, ଆଇଇଡିଏସ ପି.କେ ଗୁପ୍ତା ଉପସ୍ଥିତ ଥିଲେ।

- Advertisement -

ଓସ୍‌ମେ ପତାକା ଉତ୍ତୋଳନ ପରେ ଏକ ଭବ୍ୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ୱାଗତ ଭାଷଣରେ ଓସ୍‌ମେର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ ସଦସ୍ୟ, ସହଯୋଗୀ ଓ ସରକାରୀ ସଂସ୍ଥା ଗୁଡ଼ିକର ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉପଲବ୍ଧି, ପଦକ୍ଷେପ ଏବଂ ଭବିଷ୍ୟତ ଯୋଜନା ଉପରେ ପ୍ରମୁଖ ଆଲୋକପାତ କରି ଓସ୍‌ମେର ମହାସଚିବ ସାତ୍ୱିକ ସ୍ୱାଇଁ ବାର୍ଷିକ ରିପୋର୍ଟ ଉପସ୍ଥାପନା କରିଥିଲେ। ଏମଏସଏମଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀମାନଙ୍କୁ ସମ୍ମାନିତ କରିବା ସହ ଓସ୍‌ମେ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ“ପ୍ରାକୃତିକ ଏବଂ ମାନବ ସମ୍ବଳରେ ସମୃଦ୍ଧ ଓଡ଼ିଶା ସୁଯୋଗରେ ପରିପୂର୍ଣ୍ଣ । ସମ୍ପ୍ରତି ସରକାର ଲକ୍ଷପତି ଦିଦି ଭଳି ଯୋଜନା ସହିତ, ସରକାର ମହିଳାମାନଙ୍କୁ ସଶକ୍ତ କରୁଛନ୍ତି ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଛନ୍ତି। ଏହି କ୍ଷେତ୍ରଗୁଡ଼ିକରେ ଏମ୍ଏସ୍ଏମ୍ଇ ଗୁଡ଼ିକର ବିକାଶ ଅନ୍ତର୍ଭୁକ୍ତ ଅଭିବୃଦ୍ଧିର ଚାବିକାଠି। ଆମର ଯୁବପିଢ଼ିଙ୍କୁ “ପରିପୂର୍ଣ୍ଣତା ସହିତ ବୃତ୍ତି” ନୀତି ଅନୁସରଣ କରିବା ପାଇଁ ଦକ୍ଷ ଏବଂ ମାର୍ଗଦର୍ଶିତ ହେବା ଆବଶ୍ୟକ।

ଦ୍ୱିତୀୟ ସେମିନାର ‘ଖାଦ୍ୟ ପ୍ରକ୍ରିୟାକରଣ ଏମ୍ଏସ୍ଏମ୍ଇ କ୍ଲଷ୍ଟରରେ ମୂଲ୍ୟ ବୃଦ୍ଧି ପାଇଁ ସିଏଫସିର ମହତ୍ତ୍ବ’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ଓଡ଼ିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ ତଥା ଓଏସ୍ଆଇସିର ପରିଚାଳନା ନିର୍ଦ୍ଦେଶକ ଅବୋଲି ସୁନୀଲ ନରଭାଣେ ଯୋଗଦେଇ ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ନିରାପତ୍ତା, ପ୍ୟାକେଜିଂ ଉଦ୍ଭାବନ, ବଜାର ସଂଯୋଗ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଗୁଡ଼ିକୁ ସହାୟତା କରିବା ପାଇଁ ସରକାରୀ ଯୋଜନା ଉପରେ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories