www.samajalive.in
Monday, December 8, 2025
27.1 C
Bhubaneswar

ନାଏବ ସରପଞ୍ଚ ଓ ୱାର୍ଡ଼ ସଦସ୍ୟଙ୍କୁ ଅଣଦେଖା ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତରେ ନାଏବ ସରପଞ୍ଚ ଓ ୱାର୍ଡ଼ ସଦସ୍ୟଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ବିଡ଼ିଓ ମନୀଷା ଦାସଙ୍କୁ ଲିଖିତପତ୍ର ପ୍ରଦାନ କରାଯାଇଛି। ନୂତନ ସରପଞ୍ଚ ହୋଇ ଦୀର୍ଘ ତିନି ବର୍ଷ ପାଖାପାଖି ହେଲା ପରେ ବି ପଞ୍ଚାୟତର କିଛି ଉନ୍ନତି ମୂଳକ କାର୍ଯ୍ୟ ନ ହେବା ଏମିତି କି ମାସିକ ବୈଠକରେ ୱାର୍ଡ଼ ସଦସ୍ୟ ମାନଙ୍କର ଆଗୁଆ ଦସ୍ତଖତ ନିଆଯାଉଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତ ପାଇଁ ଆସୁଥିବା ସିଏଫସିଏସଏଫସି ଫଣ୍ଡ ବିଷୟରେ ୱାର୍ଡ଼ ମେମ୍ବରଙ୍କୁ ଅବଗତ କରାଯାଉନାହିଁ। ଗାଁ ରାସ୍ତା ଦେଇ ଭାରି ଯାନ ଚଳାଚଳ କରୁଥିବା ବେଳେ ଏହାର ଏନଓସି ପ୍ରାପ୍ତ ହୋଇନ ଥିବା କୁହାଯାଇଛି। ଯଥା ଶୀଘ୍ର ଏହାର ସମାଧାନ ନ କଲେ ଉପଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ ଜଣେଇବୁ ଓ ତାହା ପରେ ବି ସମାଧାନ ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇ ବାକୁ ବାଧ୍ୟ ହେବୁ ବୋଲି ଲିଖିତ ପତ୍ରରେ କୁହାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories