www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାକୃତିକ ସମ୍ପଦର ସୁବିନିଯୋଗ ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା

ପିପିଲି: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରତ୍ନଚିରା’ ପକ୍ଷରୁ ପ୍ରାକୃତିକ ସମ୍ପଦର ସୁବିନିଯୋଗ ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଦିନିକିଆ କର୍ମଶାଳା ସ୍ଥାନୀୟ ହୋଟେଲ ରାଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନଚିରା ଅନୁଷ୍ଠାନର ମୁଖ୍ୟ ସଂଯୋଜକ ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଂପାଦକ ଦେବଦତ୍ତ ମିଶ୍ର ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଜଳବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଅନୁଷ୍ଠାନର ସଭାପତି ସୁବାଷ ଚନ୍ଦ୍ର ଦାସ ଓ ସହସଂପାଦକ କିଶୋର ଚନ୍ଦ୍ର ପରିଡ଼ା ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟଅତିଥି ଭାବେ ଗୋବିନ୍ଦପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କାହ୍ନୁଚରଣ ଭୋଇ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନହଳାପଡ଼ା ହାଇସ୍କୁଲର ବିଜ୍ଞାନଶିକ୍ଷକ ହେମନ୍ତ କୁମାର ପ୍ରଧାନ, ଅଷ୍ଟଶମ୍ଭୁ ହାଇସ୍କୁଲର ବିଜ୍ଞାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍‌‌ ସରୋଜ କୁମାର ଦେଓ, ଗୋବିନ୍ଦ ଚନ୍ଦ୍ର ବେହେରା, ରବୀନ୍ଦ୍ର କୁମାର ପଲେଇ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନର କାରଣ ଓ ଏହାର ନିରାକରଣ, ଅକ୍ଷୟଶକ୍ତିର ସୁବିନିଯୋଗ, ଜଙ୍ଗଲ ସମ୍ପଦର ସଂରକ୍ଷଣ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories