www.samajalive.in
Monday, December 8, 2025
20.1 C
Bhubaneswar

ଟିକାବାଲି କଲେଜରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ କଲେଜ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ତେନ୍ତୁଳିଗଡ଼ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଛି। ଏଥିରେ ଟିକାବାଲି ଡାକ୍ତର ଖାନାର ମେଡିକାଲ ଅଫିସର ଡାକ୍ତର ସୁଭାଶିଷ ମିଶ୍ର, ସିନିଅର ଟ୍ରିଟମେଣ୍ଟ ସୁପରଭାଇଜର ଆଶିଷ କୁମାର ସାହୁ ଓ ଫାର୍ମାସିଷ୍ଟ ସୁବ୍ରତ ପଣ୍ଡା ଯୋଗଦେଇ ସତୁରୀ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ କଲେଜରୁ ରାଲିରେ ବାହାରି ସଡ଼କ ସୁରକ୍ଷା, ସ୍ୱଚ୍ଛ ଭାରତ, ନିଶା ନିବାରଣ ଉପରେ ପଥପ୍ରାନ୍ତ ନାଟକ ଓ ନୃତ୍ୟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ନୋଡାଲ ଅଫିସର ରତନ ଦିଗାଲ ଓ ଜ୍ଞାନରଞ୍ଜନ ଭୋଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ସୂରଜ ସାସମଲ, ବିକାଶ ମୁଖି, ସୁମନ ସାହୁ, ବିରୂପାକ୍ଷ ମଲ୍ଲିକ, ସୁଶାନ୍ତ ଭୋଳ, ଅଧ୍ୟାପିକା ଶିବାନୀ କଁହର, ମୀରାମ୍ବିକ, ଆଶାଲତା ପ୍ରଧାନ ଓ ରଶ୍ମିତା ପ୍ରଧାନ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories