www.samajalive.in
Monday, December 8, 2025
17.1 C
Bhubaneswar

ସୀମା ସୁରକ୍ଷା ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଂଗଠନ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଜନଚେତନା ପରିଷଦ ପ୍ରମୁଖ ଗଣସଂଗଠନମାନେ ସମ୍ମିଳିତ ଭାବେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ମହାମଞ୍ଚ କାର୍ଯ୍ୟାଳୟରୁ ସୀମା ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ଏକ ପ୍ରତିନିଧି ମଣ୍ଡଳୀ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ମହାନ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ଏବଂ ପ୍ରାକ୍ତନ ବାଚସ୍ପତି ଶରତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ରତିନିଧି ଦଳରେ ଉତ୍କଳ ପୂର୍ଣ୍ଣାଙ୍ଗ ନ୍ୟାସ ମଣ୍ଡଳୀ ସଭାପତି ସୀତାବଲ୍ଲଭ ମହାପାତ୍ର, ଓଡ଼ିଶା ନାଗରିକ ମହାମଞ୍ଚର ଉପସଭାପତି ବିଜୟ ପରିଡ଼ା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସମର୍ପିତ ସଦସ୍ୟ ମୁରଲୀଧର ବାବୁ, ଯୁବ ସାମ୍ବାଦିକ ଚିରଞ୍ଜିବୀ ସେଠୀ ପ୍ରମୁଖ ଅଭିଯାନରେ ସାମିଲ୍ ହୋଇଛନ୍ତି।

 

- Advertisement -

ଏହି ପ୍ରତିନିଧି ମଣ୍ଡଳୀ ପାରଳାଖେମୁଣ୍ଡିରେ ବହୁ ସଂଗଠନର ସମ୍ମିଳିତ ସଭାରେ ଯୋଗଦେଇ ଆସନ୍ତା କାଲି ସକାଳେ ଗଙ୍ଗାବାଡ଼, ମାଣିକ ପାଟଣା, ଗୁଡ଼ିଖୁଡ଼ି, କଳିଙ୍ଗଦୋଳା ଦେଇ ଗୁଣୁପୁର, ରାୟଗଡ଼ା ଦେଇ କୋରାପୁଟଠାରେ ବିଭିନ୍ନ ସଂଗଠନର ପ୍ରତିନିଧି ମଣ୍ଡଳୀଙ୍କ ସହିତ କୋଟିଆ ଅଞ୍ଚଳକୁ ଗ୍ରସ୍ତ କରି ସ୍ଥିତିର ଅନୁଧ୍ୟାନ କରିବେ। ସେଠାରେ ଅଖଣ୍ଡ ଓଡ଼ିଶା ଗଠନ ଅଭିଯାନର ଶୁଭାରମ୍ଭ କରି ଇଷ୍ଟିଇଣ୍ଡିଆ କମ୍ପାନୀ ଦ୍ୱାରା ଓଡ଼ିଶାର ଅଙ୍ଗ ଛେଦନ କରି ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳ ଯଥା ବିଜୟ ନଗର ଠାରୁ ମେଦିନୀପୁର, ଷଢେଇକଳା, ଖରସୁଆଁ ସିଂହଭୂମି, ଇଁବସା, ଚକ୍ରଧରପୁର, ବସ୍ତର ଅଞ୍ଚଳ ସମୂହକୁ ଓଡ଼ିଶା ମାନଚିତ୍ରରେ ସ୍ଥାନିତ କରିବାକୁ ଆନ୍ଦୋଳନ ବ୍ୟାପକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିବେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories