www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ୨୪ ଘଂଟାରେ ୩୯୨୦ ନମୁନା ପରୀକ୍ଷଣ

ସମାଜ ପୋର୍ଟାଲ ଡେସ୍କ: ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୯୨୦ଟି ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୪୭ ହଜାର ୪୯୦ ନମୁନାର ପରୀକ୍ଷଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୧୯ଟି ମାମଲା ଚିହ୍ନଟ ହୋଇଛି। ସଂକ୍ରାମିତଙ୍କ ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ରାଜ୍ୟରେ ମୋଟ ୭୬୦ଟି ସକ୍ରିୟ ମାମଲା ରହିଛିା

କରୋନା ଆକ୍ରାନ୍ତ ଜିଲ୍ଲା ସୂଚୀରେ ଗଂଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି। ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୦୪ରେ ପହଂଚି ଥିବା ବେଳେ ଯାଜପୁର ଜିଲ୍ଲାରେ ୨୫୯, ବାଲେଶ୍ୱର ଜିଲ୍ଲାରେ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରେ ୯୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୮୭ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ୬୯ ଜଣ, ଜଗତସିଂହପୁର ଜିଲ୍ଲାରେ ୬୬ ଜଣ ଓ ନୟାଗଡ ଜିଲ୍ଲାରେ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ, ଚିହ୍‍ନଟ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ୨୮ ଜଣ ଓ ଅନୁଗୁଳ ଜିଲ୍ଲାରେ ୨୫ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

କେନ୍ଦୁଝର ଜିଲ୍ଲାରେ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗଜପତି ଜିଲ୍ଲାରେ ୨୦, ମାଲକାନଗିରି ଜିଲ୍ଲାରେ ୧୯, ନୂଆପଡା ଜିଲ୍ଲାରେ ୧୮, ମୟୁରଭଂଜ ଜିଲ୍ଲାରେ ୧୭, କନ୍ଧମାଳରେ ୧୩, ସମ୍ବଲପୁର ଜିଲ୍ଲାରେ ୮, କୋରାପୁଟ ଜିଲ୍ଲାରେ ୮, ଝାରସୁଗୁଡା ଜିଲ୍ଲାରେ ୭, ସୋନପୁରରେ ୫, ବରଗଡରେ ୨ ଓ ନବରଂଗପୁରରେ ୨ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories