www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟ ସରକାର ରିଲିଫ ପରିଚାଳନାରେ ବିଫଳ – ବିଜେପି

ଭୁବନେଶ୍ୱର: ବାତ୍ୟା ଫନିର ପ୍ରଭାବ ନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ ରହିଥିବା ବିଜେପି ଅଭିଯୋଗ କରିଛି। ବାତ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ, ତାର୍ପୋଲିନ, ମହମବତୀ ଆଦି ରିଲିଫ ସାମଗ୍ରୀ ଯୋଗାଇବା ସହ ରାସନ କାର୍ଡ ନଥିବା ଲୋକଙ୍କୁ ଚାଉଳ ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ଜଣାଇଛି। ପୁରୀ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦଳ ଦାବି କରିଛି।

ବିଜେପିର ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକ ପରିଦର୍ଶନ କରି ବାତ୍ୟା ପ୍ରଭାବିତ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ବୁଝିଥିଲେ। ଅଳ୍ପ କେତୋଟି ସ୍ଥାନରେ ଚୁଡା ୩୦୦ ଗ୍ରାମ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ରିଲିଫ ପହଞ୍ଚି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ରିଲିଫ ପରିଚାଳନାରେ ବିଫଳତାକୁ ଦର୍ଶାଉଥିବା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା କଚ୍ଚା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସିଂହଦେଓ କହିଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories