www.samajalive.in
Tuesday, December 9, 2025
16.1 C
Bhubaneswar

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାଂସଘର ଡିଜିଟାଲ୍‌ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟ ସରକାର ମହାସଂଘର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ଏକ ଉଚ୍ଚ ଶିକ୍ଷିତ ଗୋଷ୍ଠୀ ବିଭିନ୍ନ ପଦ ପାଇଁ ନିଯୁକ୍ତି କମିଶନକୁ ଆବେଦନ କରନ୍ତି। ଯେଉଁଥିରେ ଲେଖାଥାଏ ସେ ଏକ ଠିକା ଓ ଚୁକ୍ତିଭିତ୍ତିକ ପଦ ପାଇଁ ଆବେଦନ କରିବାକୁ ବାଧ୍ୟ ହୋଇଛି। ନିଯୁକ୍ତି କମିଶନ ଦୀର୍ଘ ପାଞ୍ଚ ବର୍ଷ ପରେ ଲିଖିତ ଓ ମୌଖିକ ପରୀକ୍ଷା କଲା ପରେ ନିଯୁକ୍ତି ମିଳେ; ପୁଣି ଗୋତି ଚୁକ୍ତିଭିତ୍ତିକ ପ୍ରଥା ରୂପରେ ଏବଂ ଏହି କଳୁଷିତ ପ୍ରଥାର ମାୟା ଜାଲରେ ଛନ୍ଦି ହୋଇ କଲବଲ ହୁଏ । ଏମିତି ଦେଖୁ ଦେଖୁ କଟିଯାଏ ଜୀବନର ମୂଲ୍ୟବାନ ୩୫ ବର୍ଷ। ଆମ ରାଜ୍ୟର ବଜେଟ୍ ଯଦି ବଳକା ହୋଇପାରିଛି ତେବେ ଆମର ପଡୋଶୀ ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ତେଲେଙ୍ଗାନା, ଅନ୍ଦ୍ରପ୍ରଦେଶ, ବିହାର ପରି ଗରିବ ରାଜ୍ୟରେ ନିୟମିତ ଭାବେ ନିଯୁକ୍ତି ମିଳୁଥିବା ବେଳେ ଓଡ଼ିଶାରେ କ’ଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତିର ଅନବରତ ଧାରା ବଜାୟ ରଖାଯାଉଛି। ଧୈର୍ଯ୍ୟ ଓ ସହିବାର ସବୁ ସୀମା ଟପିଗଲା ପରେ ବାଧ୍ୟ ହୋଇ କର୍ମଚାରୀମାନେ ଆତ୍ମହତ୍ୟା ପରି କୁତ୍ସିତ ପ୍ରଥାକୁ ଆପଣେଇଛନ୍ତି। ସରକାରଙ୍କ ଦରମା କେବଳ ଘର ଭଡାକୁ ନିଅଣ୍ଟ। ନିଜେ ଚଲିବା ବା ଘର ଚଳାଇବା କଷ୍ଟକର । ସେ ବୃଦ୍ଧ ପିତା ମାତାକୁ ପଚାରେ କିଏ । ଚୁକ୍ତିଭିତ୍ତିକ କର୍ମଚାରୀମାନେ ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ ଦିନରାତି କାମ କରୁଥିବା ବେଳେ ସରକାର ନିର୍ଦୟ ଭାବେ କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷାକୁ ଜଳାଞ୍ଜଳି ଦେଇଛନ୍ତି। କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରି ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ ସହ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ମହାସଂଘ ସରକାରଙ୍କ ପାଖରେ ଦାବି କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରନ୍ତୁ ନହେଲେ ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ତାଙ୍କ ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଆସିବେବୋଲି ସଙ୍ଘ ସଭାପତି ବିଜୟ ମଲ୍ଲ, ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ,ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ,ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ସ୍ୱାଗତ ନନ୍ଦ,ସନ୍ତୋଷ ଗୌଡ଼,ଅମୂଲ୍ୟ କୁମାର ଭାରିମଲ୍ଲ, ଅନିତା ବେହେରା,ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories