www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟରେ ଆଉ ୧,୫୭୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧,୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୫୪ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୦୯ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯, ବାଲେଶ୍ୱର ୬୨, ବରଗଡ ୨୫, ଭଦ୍ରକ ୨୭, ବଲାଙ୍ଗିର ୪୦, ବୌଦ୍ଧ ୨୫, କଟକ ୧୬୧, ଦେବଗଡ ୨୦, ଢେଙ୍କାନାଳ ୩୫, ଗଜପତିରୁ ୪୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୭, ଜଗତସିଂହପୁର ୪୮, ଯାଜପୁର ୫୨, ଝାରସୁଗୁଡା ୧୩, କଳାହାଣ୍ଡି ୨୨, କନ୍ଧମାଳ ୬୨, କେନ୍ଦ୍ରାପଡା ୩୦, କେନ୍ଦୁଝରରେ ୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ କୋରାପୁଟ ୮୭, ମାଲକାନଗିରି ୬, ମୟୂରଭଞ୍ଜ ୬୦, ନବରଙ୍ଗପୁର ୨୦, ନୟାଗଡ ୩୫, ନୂଆପଡା ୨୩, ପୁରୀ ୩୯, ରାୟଗଡା ୭୪, ସମ୍ବଲପୁର ୭୩, ସୋନପୁର ୧୨, ସୁନ୍ଦରଗଡ ୧୧୩ ଷ୍ଟେଟପୁଲରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୨୭୯ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୧ ହଜାର ୪୩୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୪ ହଜାର ୫୭୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୨୫୩ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories