www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ୱସ୍ତରୀୟ ଏସ୍‍ସିବିର ଭିତ୍ତି ପଡ଼ିଲା

କଟକ : ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଏସ୍‍ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ତେଣୁ ଏସ୍‍ସିବି ମେଡିକାଲର ଭିତ୍ତିଭୂମି ବିକାଶ କରାଯିବା ଜରୁରି ହୋଇପଡ଼ିଛି। ଏହାକୁ ବିଶ୍ୱସ୍ତରୀୟ କରି ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ଆମର ଲକ୍ଷ୍ୟ। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏଥିପାଇଁ କାମ ଆରମ୍ଭ କରାଗଲା। ଏହାଦ୍ୱାରା ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ାଗଲା। ହାଡ଼ିଆପଠାଠାରେ ନିର୍ମାଣ ହେବାକୁ ଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଏମ୍ସ-ପ୍ଲସ୍‍କୁ ରୂପାନ୍ତରଣ ଏବଂ ଶିଖରପୁରଠାରୁ ଚହଟା ପର୍ଯ୍ୟନ୍ତ ମହାନଦୀ ରିଂବନ୍ଧର ଛଅ ଥାକିଆ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଗୁରୁବାର ପଞ୍ଚାୟତରାଜ ଦିବସରେ ଶିଳାନ୍ୟାସ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମତବ୍ୟକ୍ତ କରିଛନ୍ତି।

ବାଲିଯାତ୍ରା ତଳପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର। ବିଜୁବାବୁ ଏହି କଟକ ମାଟିରେ ବଡ଼ ହୋଇଥିଲେ। ବ୍ରିଟିଶ ପୁଲିସ ବିରୋଧରେ ସେ ଲଢ଼େଇ କରିଥିଲେ। ଆପଣଙ୍କ ଆଶୀର୍ବାଦରେ ଆମ ସରକାର ୨୦ ବର୍ଷ ପୂରଣ କଲା। ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ ଋଣୀ। ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ନବୀନ ବାବୁଙ୍କ ଶାସନର ୨୦ ବର୍ଷ ପୂର୍ତ୍ତି ଅବସରରେ ଏସ୍‍ସିବି ମେଡିକାଲକୁ ବିଶ୍ୱସ୍ତରୀୟ ହସ୍‍ପିଟାଲରେ ପରିଣତ କରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପଦକ୍ଷେପ ନେଇଛନ୍ତି। ବିଜୁ ଜୟନ୍ତୀ ଅବସର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଲୋକମାନେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇବେ। ଟଙ୍କାର ଅଭାବ ରହିବ ନାହିଁ। ରିଂ ବନ୍ଧକୁ ୬ ଲେନ୍‍ କରାଯିବା ସହ ହାଡ଼ିଆ ପଠାର ଉନ୍ନତି କରାଯିବ। ଆଗାମୀ ଦିନରେ ତାଳଦଣ୍ଡା କେନାଲର ରାସ୍ତାକୁ ମଧ୍ୟ ଉନ୍ନତ କରାଯିବ। ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ବିଜୁବାବୁ ହିନ୍ଦୁ, ମୁସ୍‍ଲିମ୍‍, ଶିଖ, ଇଶାଇଙ୍କୁ ସାଙ୍ଗରେ ନେଇ ଚାଲିଥିଲେ। ଏବେ ଧର୍ମ ନାଁରେ ରାଜନୀତି ଚାଲିଛି। ଧର୍ମ ଆଧାରରେ ରାଜନୀତି ହୋଇପାରିବ ନାହିଁ। ବର୍ତ୍ତମାନର ରାଜନୈତିକ ଦୃଷ୍ଟପଟ୍ଟରେ ବହୁ ଆହ୍ୱାନକୁ ସାମ୍ନା କରିବାକୁ ପଡ଼ିବ।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ାରୁ କୋରାପୁଟ ଯାଏ, ମ୍ୟାଲେରିଆରୁ ସୁନେତ୍ର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁବିଧା ଓଡ଼ିଶାବାସୀଙ୍କୁ ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ବିଧାୟକ ପ୍ରତାପ ଦେବ ବିଜେଡିର ଶାସନର ୨୦ ବର୍ଷର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ଚନ୍ଦ୍ରଶେଖର ସାହୁ ଓ ସରୋଜିନୀ ହେମ୍ବ୍ରମ ଓ ୫ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତୃବର୍ଗ ମଞ୍ଚାସୀନ ଥିଲେ। ଏହି ଅବସରରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ୨୦ ବର୍ଷ ତଳେ ଥିଲୁ କ’ଣ, ଏବେ ହୋଇଛୁ କ’ଣ ଏବଂ କଟକ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ପରଦା ଉପରେ ପ୍ରଦର୍ଶନ କରାଯାଇଥିଲା। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଆସି ବାଲିଯାତ୍ରା ଉପର ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପେଡ୍‍ରେ ଓହ୍ଲାଇବା ସହ ସଭା ଶେଷ ପରେ ପୁଣି ହେଲିକପ୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲାରୁ ବିଜୁ ଜନତା ଦଳର ନେତା, କର୍ମୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories