www.samajalive.in
Sunday, December 7, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁସିରେ ଆତ୍ମହରା ସୁରତ ଓଡ଼ିଆ

ବ୍ରହ୍ମପୁର : ଲକଡାଉନ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ଅଟକି ରହି ଯାଇଥିବା ଲୋକଙ୍କୁ ଲକଡାଉନ ଅବଧି ଶେଷ ହେବା ପରେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବସ୍ ପଠାଇ ସେମାନଙ୍କୁ ସେଠାରୁ ଅଣାଯିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ମର୍ମରେ ଭିଡିଓ କନଫରେନ୍ସି ଯୋଗେ ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବସ୍ ପଠାଇ ସୁରତରୁ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ସୁରତ ଓଡ଼ିଆଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ଅଖିଆଅପିଆ ପଡି ରହିଥିବା ଶ୍ରମିକମାନେ ଘର ବାହୁଡିବାକୁ ଆତୁରତାର ସହ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସେମାନଙ୍କ ମନର ଆଶାର ଆଲୋକ ସଞ୍ଚରିତ ହୋଇଛି। ସମ୍ପୂର୍ଣ୍ଣ ମାଗଣାରେ ସେଠାରୁ ଫେରାଇ ଅଣାଯିବାକୁ ବ୍ୟବସ୍ଥା ନେଇ ଘୋଷଣା ସୂଚନା ପାଇବା ପରେ ସୁରତ ଓଡ଼ିଆମାନେ ଖୁସିରେ ନାଚି ଉଠିଛନ୍ତି। ଗଞ୍ଜାମ ଜିଲାର ଶ୍ରମିକମାନେ ରାଜରାସ୍ତାକୁ ଆସି ସାମାଜିକ ଦୂରତା ବଜାୟ ସହକାରେ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର ଜଣାଇ ସେମାନଙ୍କ ଆତୁରତା ବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ସୁରତ ଓଡ଼ିଆଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନେବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦିନକ ତଳେ ସୁରତସ୍ଥିତ ଶ୍ରମିକ ସେବା ସଂଘ ପକ୍ଷରୁ ନିବେଦନ କରାଯାଇଥିଲା। ଏ ମର୍ମରେ ଏକ ଦାବିପତ୍ର ସଂଘ ପକ୍ଷରୁ ଓଡ଼ିଶା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କରାଯାଇଥିଲା।
ରବିବାର ମୁଖ୍ୟମନ୍ତ୍ରୀ ମହାନତା ଦେଖାଇ ସୁରତ ଫସି ରହିଥିବା ଓଡ଼ିଆଙ୍କୁ ବସ୍ ଯୋଗେ ନେବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସୁରତ ଓଡ଼ିଆଙ୍କ ପକ୍ଷରୁ ସଂଘ ଅଶେଷ ଧନ୍ୟବାଦ ଅର୍ପଣ କରିଛି । ଆଗାମୀ ଦିନରେ ଓଡ଼ିଆଙ୍କୁ ସୁରତ ସୂତାକଳ ମାଲିକମାନେ ପରିଚୟପତ୍ର ପ୍ରଦାନ କରିବା, ସରକାରୀସ୍ତରରେ ଓଡ଼ିଆ ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା, ସୁରତରେ ଓଡ଼ିଆଙ୍କ ପାଇଁ ଜଣେ ଓଡ଼ିଆ ଶ୍ରମ ଅଧିକାରୀ ନିଯୁକ୍ତି ଦେବା, ଏହାସହ ସୂତାକଳ ମାଲିକମାନେ ଶ୍ରମିକଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଯେପରି କରିବେ ସେ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ସଂଘର ସଭାପତି ଡ.ପୀତାମ୍ବର ପ୍ରଧାନ ନିବେଦନ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories