www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶାର ଯୁବପିଢ଼ିମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂଆ-ଓ’(ନୂତନ ଉନ୍ନତ ଅଭିଳାଶ ଓଡ଼ିଶା) ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଗୁରୁବାରଠାରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଛି ‘ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା’।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହାର ଉଦ୍‌ଘାଟନ ଉତ୍ସବରେ ନୂଆ-ଓ କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ପ୍ରଫେସର ମିତାଲି ଚିନ୍ନାରା, ସଂସ୍କୃତ ବିଭାଗ ମୁଖ୍ୟ ଡ.ବ୍ରଜସୁନ୍ଦର ମିଶ୍ର, ଇଂରାଜୀ ବିଭାଗ ମୁଖ୍ୟ ଡ.ତନୁତୃଷ୍ଣା ପାଣିଗ୍ରାହୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଆର୍ଟିଷ୍ଟ ତ୍ରିଲୋଚନ ସାମଲ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ସ୍ଥାପତ୍ୟକଳା ବିଭାଗ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଜେନା, ଡ.ମଞ୍ଜୁସ୍ମିତା ଦାଶ, ଡ.ସନାତନ ମାଝୀ ଏବଂ ଡ.କବିତା ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଆ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରି ଏହା ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି କହିଥିଲେ। ଏହାସହିତ ନିଜ ସଂସ୍କୃତି ପ୍ରଚାର ପ୍ରସାର ମଧ୍ୟ୍ୟ ବହୁଳ ମାତ୍ରାରେ ଏହା ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।

- Advertisement -

ଉଦଘାଟନ ଉତ୍ସବ ପରେ ଓଡ଼ିଆ ହସ୍ତଲିଖନ କଳା ଏବଂ ଓଡ଼ିଆ କୁଇଜ ପ୍ରତିଯୋଗିତା ସହ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଦିବସରେ ଓଡ଼ିଆ କବିତା ପଠନ ଓ ଓଡ଼ିଆ ଗଳ୍ପ କଥନ ପ୍ରତିଯୋଗିତା ଆୟୋଜିତ ହେବ। ତୃତୀୟ ଦିବସରେ ଓଡ଼ିଆ ସଙ୍ଗୀତ ପ୍ରତିଯୋଗିତା ଏବଂ ଓଡ଼ିଆ ଲୋକନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବାକୁ ଥିବାବେଳେ ଚତୁର୍ଥ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories