www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ୍‌ ନିଲାମ ତାଲିକା​ରେ ଓଡ଼ିଶାରୁ ଶୁଭ୍ରାଂଶୁ , ଅଭିଷେକ

କଟକ, ନି.ପ୍ର): ମଙ୍ଗଳବାର ଆଇପିଏଲ୍‌ ଖେଳାଳି ନିଲାମ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ୨ ଜଣ ଓଡ଼ିଆ କ୍ରିକେଟରଙ୍କ ନାମ ରହିଛି। ସେମାନେ ହେଲେ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ଓ ବ୍ୟାଟିଂ ଅଲ୍‌ରାଉଣ୍ଡର ଅଭିଷେକ ରାଉତ। ପୂର୍ବରୁ ଆଇପିଏଲ୍‌ର ପ୍ରାଥମିକ ନିଲାମ ତାଲିକାରେ ଓଡ଼ିଶାରୁ ୫ ଖେଳାଳି- ରାଜେଶ ମହାନ୍ତି, ଜୟନ୍ତ ବେହେରା, ବିକାଶ ରାଉତ, ଅଭିଷେକ ରାଉତ ଓ ଶୁଭ୍ରାଂଶୁ ସେନାପତି ଥିଲେ। ତେବେ ଫ୍ରାଞ୍ଚାଇଜିମାନଙ୍କ ପସନ୍ଦ ମୁତାବକ ନିଲାମ ତାଲିକାକୁ ସଂକ୍ଷିପ୍ତ କରାଯିବା ପରେ ଶୁଭ୍ରାଂଶୁ ଓ ଅଭିଷେକ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ଉଭୟଙ୍କ ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖାଯାଇଛି। ଅଭିଷେକ ପୂର୍ବରୁ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି। ଚଳିତବର୍ଷ ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୧୭୧ ଓ ଶୁଭ୍ରାଂଶୁ ୨ୟ ସର୍ବାଧିକ ୧୩୮ ରନ୍‌ କରିଥିଲେ। ଆଇପିଏଲ୍‌ର ନିଲାମ ଲାଗି ଅଭିଷେକ ଓ ଶୁଭ୍ରାଂଶୁଙ୍କୁ ଶୁଭକାମନା ଜଣାଇଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories