www.samajalive.in
Monday, December 8, 2025
27.1 C
Bhubaneswar

ଜାତିସଂଘରେ ‘ ପେଡ୍ ପିରୀଅଡ୍ ଲିଭ୍ ‘ଫିଲ୍ମ ପ୍ରଦର୍ଶିତ

ସମାଜ ଡିଜିଟାଲ ଡେସ୍କ :ମହିଳାଙ୍କର କାର୍ଯ୍ୟସ୍ଥଳ ସମତା ଏବଂ ମାନବିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି । ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ଆୟୋଜିତ ୪ଥ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ପେଡ୍ ପିରିଅଡ୍ ଲିଭ୍ରେ ପ୍ରଥମ ଥର ‘ ପେଡ୍ ପିରୀଅଡ୍ ଲିଭ୍ ‘ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହେଲା।

‘ ପେଡ୍ ପିରୀଅଡ୍ ଲିଭ୍ ‘ ନାମକ ଏହି ଫିଲ୍ମଟିକୁ ପ୍ରଦୀପ କୁମାର ନାୟକ ନିର୍ଦ୍ଦେଶନା କରିଥିଲେ । ପ୍ରୋଡ୍ୟୁସର୍‌ ରଞ୍ଜନ କୁମାର ଦାଶ, ଜଗମୋହନ ତ୍ରିପାଠୀ ଓ ଅନ୍ସୁମାନ ନାୟକ, ସୃଜନାତ୍ମକ ନିର୍ଦ୍ଦେଶନାରେ ଆଶିଷ କୁମାର ନାୟକ ଥିଲେ।

- Advertisement -

ବିଶ୍ୱବିଖ୍ୟାତ ମାନବତାପରାୟଣ ବିକାସ ଖନ୍ନା ଓ ଆମେରିକୀୟ ଅଭିନେତ୍ରୀ-ଲେଖିକା ରେନେ କ୍ନୋର୍ ଏହାକୁ ଲଞ୍ଚ କରି, ମାସିକ ସମୟରେ କାମକାର୍ଯ୍ୟରେ ମହିଳାଙ୍କ ସମସ୍ୟା ଓ ପେଡ୍ ପିରିଅଡ୍ ଲିଭ୍‌କୁ କାର୍ଯ୍ୟସ୍ଥଳ ଅଧିକାର ଭାବେ ଘୋଷଣା କରିବାର ପ୍ରୟୋଜନୀୟତା ଉପସ୍ଥାପନ କରିଥିଲେ।

ଆୟୋଜିକା ରଞ୍ଜିତା ପ୍ରିୟଦର୍ଶିନୀ, ‘ ପେଡ୍ ପିରୀଅଡ୍ ଲିଭ୍  ସ୍ଥାପକା, ବିଭିନ୍ନ ଦେଶର ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ – “ଜାତିସଂଘ ଓ ବିଭିନ୍ନ ସରକାରଙ୍କୁ ପେଡ୍ ପିରିଅଡ୍ ଲିଭ୍‌କୁ ମୌଳିକ ମାନବିକ ଅଧିକାର ଭାବେ ସ୍ୱୀକୃତି ଦେବାକୁ ହେବ।”

ସମ୍ମିଳନୀରେ ଜଣାପଡିଛି ଯେ, ଭାରତ, ଶ୍ରୀଲଙ୍କା, ଦୁବାଇ ଓ କେନିଆର ୭୪ଟି କମ୍ପାନୀ ପହିଲେହି ପେଡ୍ ପିରିଅଡ୍ ଲିଭ୍ ନୀତିକୁ ଗ୍ରହଣ କରିଛନ୍ତି । ଏହି ଐତିହାସିକ ପ୍ରଦର୍ଶନ ସାରା ବିଶ୍ୱରେ ମାସିକ ସ୍ୱାସ୍ଥ୍ୟ ଓ ସମ୍ମାନକୁ ଏକ ଆନ୍ତର୍ଜାତୀୟ ମାନବିକ ଅଧିକାର ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁରେ ଆଣିଛି ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories