ସମାଜ ଡିଜିଟାଲ ଡେସ୍କ: ବିଜେଡିରେ ମିଶିଲେ ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକର ବହୁ ବିଜେପି ନେତା ଓ ଶତାଧିକ କର୍ମୀ। ଶନିବାର ଭୁବନେଶ୍ଵର ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳି ବ୍ଲକ ବୁରୁପଡ଼ା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ଵରେ କର୍ମୀମାନେ ଶଙ୍ଖ ଭବନରେ ପହଞ୍ଚି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ସେମାନଙ୍କୁ ସ୍ବାଗତ କରିବା ସହିତ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ହିଞ୍ଜିଳିରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିବା ଦଳ କହିଛି। ବିଜେପିରେ ଥିବାବେଳେ ପଞ୍ଚାୟତରେ କିଛି କାମ ହେଉ ନ ଥିବା ସରପଞ୍ଚ ସନ୍ତୋଷିନୀ ଅଭିଯୋଗ କରିଛନ୍ତି।
Popular Categories



