www.samajalive.in
Sunday, December 7, 2025
15.1 C
Bhubaneswar

ଅର୍ଥ ହେରଫେର ମାମଲା: ନୋରାଙ୍କୁ ଜେରା କଲା ଇଓଡବ୍ଲ୍ୟୁ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଲଗାତର ତଦନ୍ତ ଚଳାଇଛି। ବୁଧବାର ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କୁ ପଚରାଉଚରା କରିବା ପରେ ଗୁରୁବାର ଅଭିନେତ୍ରୀ ନୋରା ଫତେହୀଙ୍କୁ ଜେରା କରିଛି ଇଓଡବ୍ଲ୍ୟୁ। ଏହି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ପିଙ୍କି ଇରାନୀ ମଧ୍ୟ ଏହି ପଚରାଉଚରା ସମୟରେ ନୋରାଙ୍କ ସହ ଉପସ୍ଥିତ ଥିଲେ।

ଇଡିର ତଦନ୍ତ ଏବଂ ନିଜର ତଦନ୍ତରୁ ମିଳିଥିବା ପ୍ରମାଣକୁ ଭିତ୍ତି କରି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ନୋରାଙ୍କୁ ପଚରାଉଚରା କରିଥିଲା। ୨୦୨୦ ଡିସେମ୍ବର ମାସରେ ନୋରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଏହା ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨ରେ ନୋରାଙ୍କୁ ପୁଲିସ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କୁ ସୁକେଶଙ୍କ ସହ ତାଙ୍କର ଚାଟ୍ ବିଷୟରେ ପଚରାଯାଇଥିଲା।

- Advertisement -

ଏହି ଜେରା ସମୟରେ ନୋରା ଫତେହୀଙ୍କୁ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ବିଷୟରେ ପଚରାଯାଇଥିଲା। ଏଥିସହ ତାଙ୍କୁ ସୁକେଶଙ୍କଠାରୁ ମିଳିଥିବା ଉପହାର ବିଷୟରେ ମଧ୍ୟ ପଚରାଯାଇଥିଲା। ଏହାର ଉତ୍ତରରେ ନୋରା କହିଥିଲେ ଯେ, ତାହା ଏକ କାର୍ଯ୍ୟକ୍ରମ ଥିଲା, ଯାହା ତାଙ୍କ ଏଜେନ୍ସି ଏକ୍ସିଡ଼୍‌ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ବୁକ୍ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories