www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରିପଲ କ୍ୟାମେରା ସେଟଅପ୍ ସହ ବଜାରକୁ ଆସିଲା ନୋକିଆ “୭.୨ ଏବଂ ନୋକିଆ ୬.୨”

ନୂଆଦିଲ୍ଲୀ : ଏଚଏମ୍ଡ଼ି ଗ୍ଲୋବାଲ ପକ୍ଷରୁ ନୋକିଆର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯାଇଛି। ଗୋଟିଏ ନୋକିଆ ୬.୨ ଏବଂ ଆଉଗୋଟିଏ ନୋକିଆ ୭.୨ସାମିଲ ରହିଛି। ଏହି ଦୁଇଟି ଫୋନ ମିଡ଼ରେଞ୍ଜ ସ୍ମାର୍ଟଫୋନ। ଉଭୟ ଫୋନରେ ଆଣ୍ଡ୍ରଏଡ ୱାନ ଏବଂ ଆଣ୍ଡ୍ରଏଡ ପାଇ ଦିଆଯାଇଛି। ଏହାସହିତ ଫୋନରେ ୩୫୦୦ଏମ୍ଏଚ୍ ବ୍ୟାଟେରୀ ଏବଂ ଟ୍ରିପଲ ରିଅର କ୍ୟାମେରା ରହିଛି।
ନୋକିଆ ୬.୨ ଏବଂ ନୋକିଆ ୭.୨ର ମୂଲ୍ୟ
ନୋକିଆ ୬.୨ର ୩ଜିବି ରାମ, ୩୨ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୮୦୦ଟଙ୍କା। ସେହିଭଳି ଏହାର ୬ଜିବି, ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୯ହଜାର ୮୦୦ଟଙ୍କା।
ନୋକିଆ ୭.୨ଫୋନର ୪ଜିବି, ୬୪ଜିବି ଷ୍ଟୋରେଜର ମୂଲ୍ୟ ୨୩ହଜାର ୮୦୦ଟଙ୍କା। ସେହିଭଳି ଏହାର ୬ଜିବି ରାମ, ୬୪ଜିବି ଷ୍ଟୋରେଜର ମୂଲ୍ୟ ୨୭ହଜାର ୭୦୦ଟଙ୍କା।

pic courtesy-Android central

ନୋକିଆ ୬.୨ର ବିଶେଷତ୍ବ
ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ପାଇ ୯.୦ ଏବଂ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଡିସପ୍ଲେ ଉପରେ ଗରିଲା ଗ୍ଲାସ-୩ର ସୁରକ୍ଷା ପାଇପାରିବେ। ଫୋନରେ ଅକ୍ଟାକୋର ସ୍ନାପଡ଼୍ରାଗନ ୬୩୬ପ୍ରୋସେସର ମିଳିବ। ଫୋନରେ ଦିଆଯାଇଥିବା ଟ୍ରିପଲ ରିଅର କ୍ୟାମେରା ମଧ୍ୟରୁ ଗୋଟିଏ ୧୬ମେଗାପିକ୍ସେଲ, ଦ୍ବିତୀୟଟି ୫ମେଗାପିକ୍ସେଲ ଏବଂ ତୃତୀୟଟି ୮ମେଗାପିକ୍ସେଲର ରହିଛି। ସେହିଭଳି ଫୋନରେ ସେଲଫି ପାଇଁ ୮ମେଗାପିକ୍ସେଲର କ୍ୟାମରୋ ଦିଆଯାଇଛି।
ନୋକିଆ ୭.୨ର ବିଶେଷତ୍ବ
ନୋକିଆ ୭.୨ ଫୋନରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ଏବଂ ଡିସପ୍ଲେ ଉପରେ ଗରିଲା ଗ୍ଲାସ-୩ର ପ୍ରୋଟେକ୍ସନ ରହିଛି। ଫୋନରେ କ୍ବାଲାକମର ସ୍ନାପଡ୍ରାଗନ ୬୬୦ପ୍ରୋସେସର ଏବଂ ୩ହଜାର ୫୦୦ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି। ଏଥିରେ ମଧ୍ୟ ଟ୍ରିପଲ ରିଅର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲ, ଦ୍ବିତୀୟଟି ୫ମେଗାପିକ୍ସେଲ ଏବଂ ତୃତୀୟଟି ୮ମୋପିକ୍ସେଲର ରହିଛି। ଏଥିରେ ୨୦ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories