ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର)ରେ ସଦ୍ୟ ତଥ୍ୟ ଯାଞ୍ଚ୍ ତଥା ସଂଯୋଗ କରାଯିବା ସମୟରେ କୌଣସି ନାଗରିକଙ୍କୁ ‘ଡି’ ବା ‘ସନ୍ଦେହଜନକ’ ସ୍ଥିତିରେ ରଖାଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଏଥିପାଇଁ ନାଗରିକତା ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଏନ୍ପିଆର୍କୁ ନେଇ ସୃଷ୍ଟି ହୋଇଥିବା ଭୟ ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ
କହିଛନ୍ତି, ଲୋକଙ୍କ ପାଖରେ ଉପଲବ୍ଧ ନ ଥିବା କୌଣସି ସୂଚନାକୁ ବାଧ୍ୟତାମୂଳକ ଭାବେ ସେମାନଙ୍କଠାରୁ ସଂଗ୍ରହ କରାଯିବ ନାହିଁ।
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜ୍ୟସଭାରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ୬ ମାସ ପର୍ଯ୍ୟନ୍ତ ଏନ୍ପିଆର୍ ତଥ୍ୟ ଯାଞ୍ଚ୍ ସହ ସଦ୍ୟତମ ସୂଚନା ସଂଗ୍ରହ କରାଯିବ। ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏନ୍ପିଆର୍ ହେଉଛି ଏକ ପଞ୍ଜିକା, ଯେଉଁଥିରେ ଦେଶର ସାଧାରଣ ବାସିନ୍ଦାଙ୍କ ତଥ୍ୟ ରହିଥାଏ। ୨୦୧୧ ଜନଗଣନା ସମୟରେ ଗୃହ ଗଣନା ପର୍ଯ୍ୟାୟରେ ୨୦୧୦ରେ ଏନ୍ପିଆର୍ ତଥ୍ୟ ସଂଗ୍ରହ କରାଯାଇଥିଲା।
ଏନ୍ପିଆରରେ କାହାକୁ ‘ସନ୍ଦେହଜନକ’ ସ୍ଥିତିରେ ରଖାଯିବ ନାହିଁ : ଶାହା
Popular Categories



