www.samajalive.in
Monday, December 8, 2025
20.1 C
Bhubaneswar

ନିଶାନ ନୂତନ ଟେକ୍ନୋଲୋଜିଯୁକ୍ତ ଷ୍ଟାଇଲିଷ୍ଟ ଏସୟୁଭି

ଭୁବନେଶ୍ୱର : ନିଶାନ ଇଣ୍ଡିଆ ପକ୍ଷରୁ ଭାରତୀୟ ବଜାର ପାଇଁ ଏହାର ପ୍ରଥମ କମ୍ପାକ୍ଟ ବି-ଏସୟୁଭିର ଦ୍ୱିତୀୟ ଝଲକ ପ୍ରଦର୍ଶନ କରାଯାଇଛି ଯାହାର ବଜାର ପ୍ରବେଶ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ହେବା ନିମନ୍ତେ ଧାର୍ଯ୍ୟ ହୋଇଛି। ନିଶାନ ଇଣ୍ଡିଆ ଏହାର ‘ମେକ ଫର ଇଣ୍ଡିଆ, ମେକ ଫର ଦ ୱାର୍ଲଡ’ ଦର୍ଶନ ଉପରେ ଆଧାରିତ ଭାରତ ପାଇଁ ପ୍ରସ୍ତୁତ କମ୍ପାକ୍ଟ ଏସୟୁଭିର ଶୁଭାରମ୍ଭ କରିବ। ନିଶାନର ଗ୍ଲୋବାଲ ଏସୟୁଭି ପରମ୍ପରା ଏବଂ ବିକଶିତ ଟେକ୍ନୋଲୋଜି ଉପରେ ନିର୍ମିତ ଏହି ନୂତନ କମ୍ପାକ୍ଟକୁ ଆଗାମୀ ଦିନର ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହା ସୁଗମ ଓ ଉନ୍ନତମାନର ରାସ୍ତାକୁ ଉପଭୋଗ କରିବା ପାଇଁ ଷ୍ଟାଇଲିଷ୍ଟ ଡିଜାଇନ ଏବଂ ଉନ୍ନତ ବୈଶିଷ୍ଟ୍ୟରେ ମଧ୍ୟ ସମୃଦ୍ଧ ହୋଇଛି। ଯାନବାହନଗୁଡ଼ିକ ସମାଜରେ କିପରି ସମୃଦ୍ଧ, ପରିଚାଳିତ ହୁଅନ୍ତି ସେ କ୍ଷେତ୍ରରେ କମ୍ପାନୀର ଦୃଷ୍ଟିକୋଣର ଏକ ଅଂଶବିଶେଷ ଭାବେ ନିଶାନର ନୂତନ ଏସୟୁଭି ବିକଶିତ ଟେକ୍ନୋଲୋଜିକୁ ସାମିଲି କରିଛି। ଏହି କମ୍ପାକ୍ଟ ଏସୟୁଭି ନିରବଚ୍ଛିନ୍ନ ଅଭିନବତା ଏବଂ ଜାପାନିଜ ଇଞ୍ଜିନିୟରିଂ କ୍ଷେତ୍ରରେ ନିଶାନର ଗ୍ଲୋବାଲ ଏସୟୁଭି ଡିଏନଏର ଭାବନା ପ୍ରତି ଏକ ନିଦର୍ଶନ, ଯାହାକି ନିଶାନର ଲୋକପ୍ରିୟ ମଡେଲ ଯଥା ପେଟ୍ରୋଲ, ପାଥଫାଇଣ୍ଡର, ଆର୍ମଣ୍ଡା, ଏକ୍ସ-ଟ୍ରେଲ, ଜ୍ୟୁକ, କ୍ୱାଶକ୍ୱାଇ ଏବଂ କିକ୍‍ ଉପରେ ନିର୍ମିତ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories