www.samajalive.in
Monday, December 8, 2025
20.1 C
Bhubaneswar

ପ୍ରକଳ୍ପ ଫଳକକୁ କେନ୍ଦ୍ରକରି ବିଧାୟକ-ସରପଞ୍ଚ ମୁହାଁମୁହିଁ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପ୍ରକଳ୍ପ ଫଳକକୁ କେନ୍ଦ୍ରକରି ବିଧାୟକ-ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି। କଳାକାଦରୁ ଆମ୍ବଝର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ୪ କୋଟି ୭୮ ଲକ୍ଷ ମଞ୍ଜୁର ହୋଇଛି। ଏନେଇ କଳାକାଦରେ ଗୁରୁବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା। ଏକ ଫଳକରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାମ ରହିଥିବା ଯୋଗୁ ଗରଡ଼ିହି ସରପଞ୍ଚ ଶିବାଜୀ ସିଂହ ବିରୋଧ କରିଥିଲେ। ସେ ଫଳକ ଉପରେ ବସିଯିବା ସହ ଫଳକକୁ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ବିଧାୟକଙ୍କ ସମର୍ଥକମାନେ ରାସ୍ତାରୋକ କରିଛନ୍ତି। ଏତେ ଉତ୍ତେଜନା ଭିତରେ ମଧ୍ୟ ବିଧାୟକ ନଡ଼ିଆ ଭାଙ୍ଗି ଶିଳାନ୍ୟାସ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ବରହମପୁର ଥାନାରେ ୨ ପକ୍ଷରୁ ୩ଟି ଏତଲା ଦାୟର ହୋଇଛି। ସେପଟେ ସରପଞ୍ଚ ଶିବାଜୀ କହିଛନ୍ତି ଯେ, ସେ ୫-ଟି ସଚିବଙ୍କୁ ଉକ୍ତ ପ୍ରକଳ୍ପ ସମ୍ପର୍କରେ ଦାବି ଜଣାଇବା ପରେ ଏହି ରାସ୍ତା ନିର୍ମାଣ ଅର୍ଥ ମଞ୍ଜୁର ହୋଇଛି। ବିଧାୟକ ସୁକାନ୍ତ କହିଛନ୍ତି ଯେ, ଏହି ପ୍ରକଳ୍ପ ତାଙ୍କର ସ୍ବପ୍ନର ପ୍ରକଳ୍ପ ଥିଲା ଏବଂ ରାଜ୍ୟ ସରକାର ତାଙ୍କ ଲେଖା ଉପରେ ଦୃଷ୍ଟି ଦେଇ ଅର୍ଥ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ବିଜେପି ଦଳର ହୋଇଥିବା ବେଳେ ଗରଡ଼ିହି ସରପଞ୍ଚ ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories