www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ଲକସ୍ତରୀୟ ପରାମର୍ଶ ଶିବିରରେ ଅବ୍ୟବସ୍ଥା

ହରଭଙ୍ଗା: ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ଯୋଜନା ଆନୁକୂଲ୍ୟରେ ବୁଧୁବାର ହରଭଙ୍ଗା ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଏକ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଅନ୍ୟତମ ଅତିଥିଭାବେ ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ହରଭଙ୍ଗା ବିଡିଓ ଶ୍ମିତା ରଥ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା କୌଶଳ ସଂଜଯୋକ ଅଜୟ କୁମାର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଶିବିରରେ ୫ଟି ନିଯୁକ୍ତି ସଂସ୍ଥା ଯୋଗଦାନ କରିଥିବାବେଳେ ନିଯୁକ୍ତି ପାଇଁ ୨୧୬ଜଣ ଆବେଦନକାରୀ ପଞ୍ଜିକରଣ କରିଥିଲେ। ସେଥିରୁ ନିଯୁକ୍ତି ସଂସ୍ଥା ପକ୍ଷରୁ ୭୨ଜଣ ଇଛୁକ ଆବେଦନକାରୀଙ୍କୁ ଚୟନ କରାଯାଇଛି। ମାତ୍ର ପ୍ରାରମ୍ଭରୁ ଏଥିରେ ବଡଧରଣର ବ୍ୟତିକ୍ରମ ଦେଖାଦେଇଥିଲା। ନିଯୁକ୍ତି ପାଇଁ ଆସିଥିବା ଯୁବକ, ମହିଳା ଆବେଦନକାରୀଙ୍କୁ ବସିବା ପାଇଁ କୌଣସି ଚେୟାର ବ୍ୟବସ୍ଥା କରାଯାଇନଥିବାରୁ ଆବେଦନକାରୀ ଗରମ ଗୁଳୁଗୁଳିରେ ତଳେ ବସିବାକୁ ବାଧ୍ୟ ହୋଇଥିଲେ।

ଅପରପକ୍ଷେ, ୫ଟି ମୋ ସରକାର ନିୟମ କାର୍ଯ୍ୟକାରୀ ପରେ ସବୁ କାର୍ଯ୍ୟକ୍ରମଗୁଡିକ ଲୋକାଭିମୁଖୀ କରିବା ପାଇଁ ଗଣମାଧ୍ୟମକୁ ଆଗୁଆ ସୂଚନା ମଧ୍ୟ ପ୍ରଦାନ କରାଯାଇନଥିଲା। ଏଭଳି ମହତ୍‍ କାର୍ଯ୍ୟକ୍ରମ ପାଇଁ ମିଳିଥିବା ୬୨ହଜାର ଟଙ୍କା ଅନୁଦାନ କେଉଁ କେଉଁ ବାବଦରେ ଖର୍ଚ୍ଚ ହେଲା ତାକୁ ନେଇ ସମାଜସେବୀ ବିଶିକେଶନ ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ୫ଘଣ୍ଟା କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ୬୨ ହଜାରଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସାମାନ୍ୟ ଚେୟାର ବ୍ୟବସ୍ଥା କାହିଁକି କରାଗଲା ନାହିଁ ତାକୁ ନେଇ ପ୍ରସ୍ନ ଉଠୁଛି। ଏ ସର୍ମ୍ପକରେ ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରେଗାମ ଅଫିସର ବେଣୁଧର ମହାପାତ୍ରଙ୍କୁ କେତେଟଙ୍କା କେଉଁ ବାବଦରେ ଖର୍ଚ୍ଚ ପାଇଁ ବ୍ୟବସ୍ଥା ଅଛି ପଚାରିବାରୁ ସେ କହିଲେ ମୁଁ ଦେଖିକି କହିବି ବୋଲି କହିଥିଲେ। ହରଭଙ୍ଗା ବିଡିଓ ଶ୍ମିତା ରଥଙ୍କୁ ଏ ସର୍ମ୍ପକରେ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଭଳି ବ୍ୟତିକ୍ରମ ଉପରେ ବୌଦ୍ଧ ପି.ଡି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories