www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବାଦପତ୍ର ବିତରକ ଏ.କେ ନାୟକଙ୍କ ପରଲୋକ

ଭୁବନେଶ୍ୱର: ସମ୍ବାଦପତ୍ର-ପତ୍ରିକା ବିତରକ, ଏ.କେ ନାୟକ ବୁକ୍‌ ଷ୍ଟଲ୍‌ର ପ୍ରତିଷ୍ଠାତା ଅକ୍ଷୟ କୁମାର ନାୟକ (ଏ.କେ ନାୟକ)ଙ୍କ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଶୁକ୍ରବାର ସକାଳେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୭୨ ବର୍ଷ ହୋଇଥିଲା।

ସତୁରୀ ଦଶକରୁ ସାଲେପୁରରୁ ଆସି ରାଜଧାନୀର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ସମ୍ବାଦପତ୍ର ବିତରଣ ସହ ପ୍ରାୟ ୧୪୪ଟି ପତ୍ରପତ୍ରିକାର ବିତରକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ ସ୍ବର୍ଗତ ନାୟକ। ଜଣେ ମେଳାପୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ। ସମ୍ବାଦପତ୍ର ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେ ‘ସମାଜ’ ସମେତ ବିଭିନ୍ନ ପତ୍ରପତ୍ରିକା ପକ୍ଷରୁ ଏକାଧିକ ବାର ପୁରସ୍କୃତ ହୋଇଥିଲେ। ତାଙ୍କର ପତ୍ନୀ ଗୀତିକା, ଦୁଇ ପୁତ୍ର ପ୍ରଶାନ୍ତ, ପ୍ରଭାତ ଓ କନ୍ୟା ମାମି ଅଛନ୍ତି। ସ୍ବର୍ଗତ ନାୟକଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସମ୍ବାଦପତ୍ର ବିତରଣ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକ, ପ୍ରକାଶକ, ସମ୍ବାଦଦାତା ଗଭୀର ଶୋକ ପ୍ରକଟ କରିଛନ୍ତି। ‘ସମାଜ’ ପକ୍ଷରୁ କାର୍ୟ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, କାର୍ୟ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories