www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର। ଏୟାରଲିଫ୍ଟ ଯୋଗେ ଗୁରୁତର ୨ ଯବାନଙ୍କୁ ଅଣାଗଲା  ଭୁବନେଶ୍ୱର-ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସୂଚନା

–ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ଫାଟ ମରାମତି କରାଯିବ। ଶ୍ରୀଗୁଣ୍ଡିଚା ପରଦିନ କରାଯିବ ଶ୍ରୀମନ୍ଦିରର ଲେଜର ସ୍କାନିଂ। ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଲେଜର ସ୍କାନିଂ ହେବ।

- Advertisement -

–କେରଳରେ ୨ ଦିନରେ ୧୪ଜିକା ଭାଇରସ କେସ ଚିହ୍ନଟ। ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର କେରଳ ଗସ୍ତ।

–ରାଜଧାନୀରୁ ୧ କ୍ବିଣ୍ଟାଲ ୩୫କିଲୋଗ୍ରାମ ଗଞ୍ଜେଇ ଜବତ। ରାଜଧାନୀରୁ ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷରୁ ଅଧିକ।

–ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର। ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି।

–ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟିଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛନ୍ତି।

–ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି। ନୂତନ ଜରିମାନା ଅନୁଯାୟୀ, ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।

–ଭାରତୀୟ ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି।

–୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ (ଏମବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି

–ଉତ୍ତରପ୍ରଦେଶର ଅଯୋଧ୍ୟାର ସରାଯୁ ଘାଟରେ ଏକ ବଡ ଧରଣର ଅଘଟଣ ଘଟିଥିବା । ଗୋଟିଏ ପରିବାରର ୧୨ ଜଣଙ୍କ ପାଦ ଖସିବାରୁ ସରାଯୁ ଘାଟରେ ନଦୀ ଭିତରକୁ ପଳାଇଥିଲେ।

–ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ୧୨ ଜଣ ବୁଡିବାକୁ ଲାଗିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା ଜଣାପଡିଛି।

–ସରାଯୁ ଘାଟରେ ଗୋଟିଏ ପରିବାରର ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବୁଡିଯାଇ ସେମାନଙ୍କର ମୃତ୍ୟୁ। ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା

–ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ

–ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

–ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍‍ ପୂର୍ବରୁ ସରକାର ଏ ସମ୍ପର୍କରେ ରହିଥିବା ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ପକ୍ଷରୁ ଏଭଳି ପରିବର୍ତ୍ତନ କରାଯାଇଛି ।

–ଓଡ଼ିଶାର କୃଷକଙ୍କ ପାଇଁ ପଠାଗଲା ନାନୋ ୟୁରିଆ ; ନାନୋ ୟୁରିଆ ବୋଝେଇ ଟ୍ରକକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଓଡ଼ିଶାର କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ

–ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ। ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ; ସୁସ୍ଥ ହେବା ହାର ୯୭.୨% ମୋଟ ଆରୋଗ୍ୟ ସଂଖ୍ୟା ୨,୯୯,୩୩,୫୩୮କୁ ବୃଦ୍ଧି

–ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩

–ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨
ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ  ; ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ

–ପର୍ୟ୍ୟଟନ ସ୍ଥଳୀରେ ଭୂତାଣୁକୁ ଖୋଲା ନିମନ୍ତ୍ରଣ ; ଗତ ୨-୪ ଦିନ ହେବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପ୍ରମୁଖ ପର୍ୟ୍ୟଟନ କେନ୍ଦ୍ରଗୁଡିକରେ ପର୍ୟ୍ୟଟକଙ୍କ ଭିଡ

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ ତୁରୁମୁଙ୍ଗା ବଜାର ର ଝାରବେଡାରେ ପୋଷାକ ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

–ରାୟଗଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଯୁବତୀଙ୍କ ଆତ୍ମହତ୍ୟା

–ଆସନ୍ତା ୧୪ତାରିଖରେ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ

–କାଶ୍ମିର ଅନନ୍ତନାଗରେ ଏନକାଉଣ୍ଟରରେ ୨ ଆତଙ୍କୀ ମୃତ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories