ସନ୍ଧ୍ୟା ୫ଟା – ମୁଖ୍ୟ ଖବର
–ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ
–ବାତ୍ୟା ‘ୟସ’ ସମ୍ପର୍କରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏଚ୍.ଆର୍.ବିଶ୍ବାସଙ୍କ ସୂଚନା- ୨୬ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦ୍ବୀପ-ସାଗର ଦ୍ବୀପ ମଝିରେ ଲାଣ୍ଡଫଲ କରିବ। ବାଲେଶ୍ବର ପାଖାପାଖି ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ କରିବ।
–ବାତ୍ୟା ୟସ ମୁକାବିଲା ; ବରିଷ୍ଠ ଆଇପିଏସ , ଆଇଏଏସଙ୍କୁ ୫ ଜିଲାର ଦାୟିତ୍ୱ
– ବାତ୍ୟା ରୂପ ନେଲା ୟାସ୍; ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି, ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟା ରୂପ ନେବ
– ବାତ୍ୟା ୟସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ
– ବାତ୍ୟା ମୁକାବିଲା ନେଇ ବରିଷ୍ଠ ସଚିବଙ୍କୁ ମିଳିଲା ଜିଲା ଦାୟିତ୍ୱ ; ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ
– ବାତ୍ୟା ୟସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି ; ପାରାଦ୍ୱୀପ ଓ ଧାମରା ପାଇଁ ୪ ନଂ, ପୁରୀ ଓ ଗୋପାଳପୁର ପାଇଁ ୩ନଂ ବିଦପ ସଙ୍କେତ
-ଗଭୀର ଅବପାତ ବାତ୍ୟାରେ ପରିଣତ ; ୨ ରୁ ୪ ମିଟର ଜୁଆର ଉଠିବା ସହ ୨୫ ତାରିଖ ମଧ୍ୟରାତ୍ରରେ ପବନର ବେଗ ବଢିବ
– ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁ ; ଦିନକରେ ଆଉ ୩୨ ଆକ୍ରାନ୍ତ ମୃତ
– ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୧୩୩ ଚିହ୍ନଟ
– ବିପିୟୁଟି ସେମିଷ୍ଟର ପରୀକ୍ଷା ସ୍ଥଗିତ
– ସମଲେଶ୍ବରୀ ମନ୍ଦିର ଦୀପ ଘରରେ ଲାଗିଲା ନିଆଁ
– ଗମ୍ଭୀରଙ୍କ ଦ୍ବାରା କରୋନା ଔଷଧ ଫାବିଫ୍ଲୁ ବଣ୍ଟନର ତଦନ୍ତ ନିର୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ
-ବାତ୍ୟା ‘ୟାସ’ ପ୍ରସ୍ତୁତି ନେଇ ୩ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମୀକ୍ଷା ବୈଠକ
– ରାଜସ୍ଥାନରେ କରୋନାର ୩ୟ ତରଙ୍ଗ ! ୨ ଜିଲାରେ ୬ ଶିଶୁ ସଂକ୍ରମିତ
– କରୋନା ସାମ୍ନାକୁ ଆସିବା ପୂର୍ବରୁ ସଂକ୍ରମିତ ହୋଇଥିଲେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ
– ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ
– ଜଳବାୟୁ ପରିବର୍ତ୍ତନ ରୋକିବା ପ୍ରୟାସ: ପୋପଙ୍କ ପାଇଁ ନୂଆ ବିଦ୍ୟୁତଚାଳିତ ଗାଡି
– ଦିନକରେ ନୂଆ କରୋନା ସଂକ୍ରମିତ ୨.୨୨ ଲକ୍ଷ; ମୃତ ୪,୪୫୪
– ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା
– ଆତଙ୍କ ଖେଳାଇବାକୁ ହତ୍ୟାର ଭିଡିଓ କରିଥିଲେ ସୁଶିଲ କୁମାର- ପୁଲିସ
– ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ
– ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ; ଚୀନ ଉପରେ ରଖିବ କଡା ନଜର
– ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ
– ଏନପିଏସ୍ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ନିବେଶ ହୋଇନପାରେ
– ଜୁନ ମାସରୁ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷା
– ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ
Comments are closed.