www.samajalive.in
Monday, December 8, 2025
27.1 C
Bhubaneswar

ରାଉରକେଲାର ସେକ୍ଟର ୧୬ ପାଲଟିଲା କରୋନା ହଟସ୍ପଟ ; ୧୦୦ରୁ ଅଧିକ ହେଲେ କରୋନା ପଜିଟିଭ୍

ରାଉରକେଲା : ରାଉରକେଲାର ସେକ୍ଟର ୧୬ କରୋନା ହଟସ୍ପଟ ପାଲଟିଥିବା ଗୁରୁବାର ଜଣାପଡ଼ିଛି। ବର୍ତମାନ ସେକ୍ଟର ୧୬ର ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ୧୨୫ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଗତ ୩ ତାରିଖ ଦିନ ମୃତ୍ୟୁ ହୋଇସାରିଛି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯିବା ପରେ ବହୁ ଲୋକଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନ ୮ଜଣ, ଦ୍ୱିତୀୟ ଦିନ ୪୯, ତୃତୀୟ ଦିନ ୪୬ ଓ ଆଜି ଏହି ଅଂଚଳର ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ଜିଲ୍ଲା ଓ ରାଉରକେଲା ସହର ପାଇଁ ପ୍ରଥମ । ତିନୋଟି ପର୍ୟ୍ୟାୟରେ ସେହି ଅଂଚଳରୁ ବାହାରିଥିବା ପଜିଟିଭି ସଂଖ୍ୟା ସହର ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ସୂଚନାଯୋଗ୍ୟ, କରୋନାରେ ମୃତ୍ୟୁ ବରଣ କରିଥିବା ଏହି ବ୍ୟକ୍ତି ଜଣଙ୍କ ରାଉରକେଲା ଇସ୍ପାତ କାରଖାନାର ଠିକା ଶ୍ରମିକ ଭାବେ କାର୍ୟ୍ୟ କରିବା ସହିତ ଅଟୋ ଚଳାଉଥିଲେ। ଲକଡାଉନ କୋହଳ ହେବା ପରେ ସେ ଝାରଖଣ୍ଡର ସିମଡ଼େଗା ଯାଇଥିଲେ । ସେଠାରୁ ସେ ସଂକ୍ରମିତ ହୋଇ ରାଉରକେଲା ଫେରିଥିବା ଅନୁମାନ କରାଯାଉଛି।
ସେ ଜୁନ ୨୬ରେ ଅସୁସ୍ଥ ହୋଇ ରାଉରକେଲାର ଇଏସଆଇସି ମଡେଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିଥିଲେ। ପରବର୍ତୀ ସମୟରେରେ ପୁଣି ଅସୁସ୍ଥ ହେବାରୁ ଜୁଲାଇ ୨ ତାରିଖ ଅପରାହ୍ନରେ ପୁଣି ଇଏସଆଇସି ହସ୍ପିଟାଲକୁ ଯାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି ହେଇଥିଲେ । ସେଠାରେ କରୋନା ସନ୍ଦେହ କରାଯାଇ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ରିପୋର୍ଟ ପଜିଟିଭ ଆସିଥିଲା । ପରଦିନ ଅର୍ଥାତ ୩ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେକ୍ଟର ୧୬ରେ ଏହି ବ୍ୟକ୍ତି ରହୁଥିବାରୁ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଲୋକଙ୍କ ସ୍ୱାବ ପରୀକ୍ଷା କରାଯାଉଛି। ରାଉରକେଲା ତଥା ସୁନ୍ଦରଗଡ଼ ଜିଲା ପାଇଁ ଏହା ପ୍ରଥମ ବୋଲି ଜଣାପଡ଼ିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories