ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ପରିସରରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତଦେହ ନିକଟରେ ଦୁଇଟି ଇଟା ପଡ଼ିଥିବା ସହ ଇଟାରେ ଛେଚି ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ପରିଚୟ ମିଳିପାରି ନଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
ମନ୍ଦିର ପରିସରରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ
Popular Categories



