www.samajalive.in
Monday, December 8, 2025
20.1 C
Bhubaneswar

ବାଇକକୁ ଧକ୍କା ଦେଲା ହାଇୱା, ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ୱର ଜାତୀୟ ରାଜପଥ ପୁରୁଣାକଟକ ଗ୍ୟାସ ଅଫିସ୍ ସମ୍ମୁଖରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କାନପୁର ଗ୍ରାମର କାର୍ୟ୍ୟରତ ଫରେଷ୍ଟ ୱାଚର ସୁକାନ୍ତ ଭୋଇ (୨୩) ଏବଂ ଜଣେ ସହଯୋଗୀ ଏକ ବାଇକ୍ ଯୋଗେ କୌଣସି କାମରେ ଲୁଣିବାହାଲ ଯାଇ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୃତ ଗତିରେ ଆସୁଥିବା ଏ.ଆର.ଏସ.ଏସ କମ୍ପାନୀର ହାଇୱା ପଛପଟୁ ଧକ୍କା ଦେଇଥିଲା। ଏଥିରେ ସୁକାନ୍ତ ହାଇୱା ଚକ ତେଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସୁରକ୍ଷିତ ଅଛନ୍ତି। ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଚାରିଛକ ଅଗ୍ନିଶମ ଘଟଣାସ୍ଥଳରେ ପହଁଚି ସୁକାନ୍ତଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories