କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଧାମନଡ଼ଙ୍ଗା ଗ୍ରାମପଂଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଧାମନଡ଼ଙ୍ଗା ଗ୍ରାମପଂଚାୟତ ସଭାପତି ତୁଳଧଜ ନାଗ ଯାଦବଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଧାମନଡଙ୍ଗା, କାନ୍ଧବହାଲ, ରଜାମରା, ବାଲଦାସ, ସୀମାନିବାହାଲ, ଜାମୁଟଝୁଲା, ବାନ୍ଧନପାଲି, କସାମାଳର ଶତାଧିକ ଦଳୀୟ କର୍ମୀ ଭାଗ ନେଇଥିଲେ। ସଭାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ବିଷୟରେ ଗାଁକୁ ଗାଁ ଯାଇ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ରଣା, ଜିଲ୍ଲା ପରିଷଦ ପ୍ରାଥୀ ପୁରୁଷୋତ୍ତମ କୁଅଁର, ଟିକୁନୁ ଯାନୀ, ମଣ୍ଟୁ ମହାନନ୍ଦ, ବୃନ୍ଦାବନ ବାଗ, ଓଁ କାର ମାଝୀ ପ୍ରମୁଖ ବହୁ ବିଜେଡି କର୍ମୀ ଯୋଗଦାନ କରିଥିଲେ।
Popular Categories



