ଫୁଲବାଣୀ: ଓଡିଶା ସରକାରଙ୍କର ମିଶୋନଶକ୍ତି ବିଭାଗ ନିର୍ଦେଶ କ୍ରମେ ଶୁକ୍ରବାର ଫୁଲବାଣୀ ବ୍ଲକ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥାର ସଚେତନତା କାର୍ୟକ୍ରମ ଜିଲ୍ଲା ପରିଷଦ ଭବନ ଫୁଲବାଣୀ ଠାରେ ଅନୁଷ୍ତିତ ହୋଇଅଛି। ଏହି କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସରୋଜବାଳା ଆଚାର୍ୟ୍ୟ, ସନ୍ନମାନିତ ଅତିଥି ଭାବେ ମିଶନ ଶକ୍ତିର ଜିଲା ସଂଯୋଜକ ସୁନୀଲ କୁମାର ମଲ୍ଲିକ କନ୍ଧମାଳ, ଫୁଲବାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁବର୍ଣମାଳା ନାୟକ, ମୁଖ୍ୟ ବକ୍ତା ଭାବେ ଅଗ୍ରୀମ ଜିଲ୍ଲା ବ୍ୟାଙ୍କ ଅଧିକାରୀ ହରେକୃଷ୍ଣ ଜେନା, ସହର ମିଶନ ପରିଚାଳକ ଦେବଦତ୍ତଧୀର ବିଶୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିମତ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକ ସ୍ତ୍ତରୀୟ ମହାସଂଘ ଫୁଲବାଣୀର ସଭାନେତ୍ରୀ ପ୍ରତିମା ସାହାନୀ ଓ ସୁରଭି ମହାସଂଘର ସଭାନେତ୍ରୀ କମଳା ବେହେରା ସଦସ୍ୟମାନଙ୍କୁ ବ୍ୟାଙ୍କ ଋଣ ଗ୍ରହଣ ଏବଂ ସୁଧ ଫେରସ୍ଥ ସହ ଉକ୍ତ ଅର୍ଥ ରାଶିକୁ ଜୀବନ ଜୀବିକା କାର୍ୟ୍ୟରେ ସଦୁପୋଯୋଗ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
Popular Categories



