www.samajalive.in
Monday, December 8, 2025
20.1 C
Bhubaneswar

ସିଆରପି ନିଯୁକ୍ତିରେ ଅନିୟମିତତା, ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

ବୌଦ୍ଧ: ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଆଞ୍ଚଳିକ ମଞ୍ଚର ସିଆରପି ନିଯୁକ୍ତିରେ ଅନିୟମିତତା ନେଇ ବିବାଦ ବଢିବାରେ ଲାଗିଛି। ଆଜି ଅପରାହ୍ନରେ ଗୋବିନ୍ଦପୁର୍ ଗ୍ରାମର ଗୋପୀନାଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆସି ବୌଦ୍ଧ ବ୍ଲକ କାର୍ୟ୍ୟାଳୟ ଠାରେ ଉପଯୁକ୍ତ ପ୍ରାର୍ଥୀନୀକୁ ସିଆରପି ମନୋନୀତ କରାଯିବାକୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ତିଳୋତ୍ତମା ଭୋଇ ଉକ୍ତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀନୀ ହୋଇଥିଲେ ମଧ୍ୟ ବ୍ଲକ୍ ଜୀବିକା ମିଶନ କାର୍ୟ୍ୟାଳୟରେ ତାଙ୍କ ଆବେଦନ ପତ୍ର ସହ ସଂଲଗ୍ନ ଥିବା ରାସନ କାର୍ଡ ନକଲକୁ କାଢି ଦେଇ ମାର୍କ ପାଇବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟ ଗ୍ରାମର ଜଣେ ପ୍ରାର୍ଥୀନୀଙ୍କ ଆବେଦନକୁ ନାକଚ ମଧ୍ୟ କରାଗଲା ନାହିଁ। ତେଣୁ ଏ ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ପ୍ରାର୍ଥୀନୀଙ୍କୁ ସିଆରପି ପଦବୀରେ ମନୋନୀତ କରାଯିବାକୁ ମହିଳା ମାନେ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories