www.samajalive.in
Sunday, December 14, 2025
16.1 C
Bhubaneswar

ସିଆରପି ନିଯୁକ୍ତିରେ ଅନିୟମିତତା, ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

ବୌଦ୍ଧ: ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ର ଗୋବିନ୍ଦପୁର ଆଞ୍ଚଳିକ ମଞ୍ଚର ସିଆରପି ନିଯୁକ୍ତିରେ ଅନିୟମିତତା ନେଇ ବିବାଦ ବଢିବାରେ ଲାଗିଛି। ଆଜି ଅପରାହ୍ନରେ ଗୋବିନ୍ଦପୁର୍ ଗ୍ରାମର ଗୋପୀନାଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆସି ବୌଦ୍ଧ ବ୍ଲକ କାର୍ୟ୍ୟାଳୟ ଠାରେ ଉପଯୁକ୍ତ ପ୍ରାର୍ଥୀନୀକୁ ସିଆରପି ମନୋନୀତ କରାଯିବାକୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ ତିଳୋତ୍ତମା ଭୋଇ ଉକ୍ତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀନୀ ହୋଇଥିଲେ ମଧ୍ୟ ବ୍ଲକ୍ ଜୀବିକା ମିଶନ କାର୍ୟ୍ୟାଳୟରେ ତାଙ୍କ ଆବେଦନ ପତ୍ର ସହ ସଂଲଗ୍ନ ଥିବା ରାସନ କାର୍ଡ ନକଲକୁ କାଢି ଦେଇ ମାର୍କ ପାଇବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟ ଗ୍ରାମର ଜଣେ ପ୍ରାର୍ଥୀନୀଙ୍କ ଆବେଦନକୁ ନାକଚ ମଧ୍ୟ କରାଗଲା ନାହିଁ। ତେଣୁ ଏ ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ପ୍ରାର୍ଥୀନୀଙ୍କୁ ସିଆରପି ପଦବୀରେ ମନୋନୀତ କରାଯିବାକୁ ମହିଳା ମାନେ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories