www.samajalive.in
Tuesday, December 9, 2025
16.1 C
Bhubaneswar

ଦାୟିତ୍ୱ ଗ୍ରହଣ କଲେ ସୁଲୋଚନା

ଭୁବନେଶ୍ବର : ସୁଲୋଚନା ଦାସ ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ନୂତନ ମେୟର ଭାବେ ଦାୟିତ୍ୱ ଗ୍ରହଣ କଣିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସୁଲୋଚନାଙ୍କ ସହ ବିଏମସିର ୬୭ ନୂଆ କର୍ପୋରେଟର ମାନେ ମଧ୍ୟ ଶପଥ ନେଇଛନ୍ତି ।

ଭୁବନେଶ୍ବର ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୁଲୋଚନା ସମସ୍ତ ଭୁବନେଶ୍ବରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତ ନବନିର୍ବାଚିତ କର୍ପୋରେଟଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ମିଳିମିଶି ଭୁବନେଶ୍ବରର ବିକାଶଧାରାକୁ ଆଗକୁ ନେବୁ ବୋଲି କହିଛନ୍ତି । ଗେରୁଆ ଗାମୁଛା ପକାଇଆସି  ବିଜେପି  କର୍ପୋରେଟର ମାନେ ଶପଥ ନେଇଥିଲେ। ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଓ କମିଶନର ସଞ୍ଜୟ ସିଂହ ନବ ନିର୍ବାଚିତ କର୍ପୋରେଟର ମାନଙ୍କୁ ଶପଥ ପାଠ କରାଇଥିଲେ।

- Advertisement -

ଶନିବାର ପ୍ରଥମେ ସୁଲୋଚନା,  ଶ୍ରୀ ଲିଙ୍ଗରାଜ ମନ୍ଦିର ଯାଇ ଦିଅଁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନବ ନିର୍ବାଚିତ କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ,ତିନି ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories