www.samajalive.in
Tuesday, December 9, 2025
16.1 C
Bhubaneswar

ନ୍ୟୁ ଇଣ୍ଡିଆ କୋଅପରେଟିଭ୍‌ ବ୍ୟାଙ୍କରେ ୧୨୨ କୋଟି ଟଙ୍କା ଠକେଇ: ପୂର୍ବତନ ମହାପ୍ରବନ୍ଧକ ଗିରଫ, ଟଙ୍କା ଉଠାଣ ଉପରେ କଟକଣା

ମୁମ୍ବଇ : ମୁମ୍ବଇ ସହରସ୍ଥିତ ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର) ହିତେଶ ମେହେଟ୍ଟାଙ୍କୁ ଷଡ଼ଯନ୍ତ୍ର କରିବା ଏବଂ ପ୍ରାୟ ୧୨୨ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ କରାଯାଇଛି। ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତାଙ୍କୁ ଶନିବାର ଗିରଫ କରିଛି। ଇଓଡବ୍ଲ୍ୟୁ ମେହେଟ୍ଟାଙ୍କ ମୁମ୍ବଇ ଦହିସରସ୍ଥିତ ବାସଭବନରେ ଚଢ଼ଉ କରିଛି। ଅନ୍ୟପକ୍ଷରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ହଜାର ହଜାର ଗ୍ରାହକ ବ୍ୟାଙ୍କ ଆଗରେ ଏକାଠି ହୋଇଛନ୍ତି।

ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବର୍ଷି ଶିଶିର କୁମାର ଘୋଷ ମେହେଟ୍ଟାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ; ବ୍ୟାଙ୍କର ପ୍ରଭାଦେବୀ ଏବଂ ଗୋରେଗାଓଁ କାର୍ଯ୍ୟାଳୟ ଭଣ୍ଡାରରେ ଥିବା ନଗଦ ଅର୍ଥ ମେହେଟ୍ଟା ଏବଂ ତାଙ୍କ ସହଯୋଗୀଙ୍କ ହେପାଜତରେ ଥିଲା।

- Advertisement -

ଏହି ଦୁଇଜଣ ଷଡ଼ଯନ୍ତ୍ର ରଚି ପ୍ରାୟ ୧୨୨ କୋଟି ଟଙ୍କା ଠକି ନେଇଥିଲେ। ୨୦୨୦ରୁ ୨୦୨୫ ମଧ୍ୟରେ ଏହି ଠକେଇ ହୋଇଛି। ବ୍ୟାଙ୍କର ଆର୍ଥିକ ସ୍ଥିରତା ଉପରେ ଚିନ୍ତା ପ୍ରକଟ କରି ଆର୍‌ବିଆଇ କେତେକ କଟକଣା ଲାଗୁ କରିଛି। ଯେପରିକି; ବ୍ୟାଙ୍କକୁ ନୂତନ ଋଣ ପ୍ରଦାନ କରିବା, ନିବେଶ କରିବା, ପାଣ୍ଠି ଉଧାର କରିବା କିମ୍ବା ଛଅ ମାସ ପାଇଁ ଉଠାଣ ଅନୁମତି ଦେବାକୁ ବାରଣ କରିଛି।

ଏହି ଘଟଣା ପ୍ରଘଟ ହେବା ପରେ ହଜାର ହଜାର ଆତଙ୍କିତ ଜମାକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ ଏକାଠି ହୋଇ ଜାଣିବାକୁ ଚାହୁଁଥିଲେ ଯେ ସେମାନଙ୍କର ଟଙ୍କା ସୁରକ୍ଷିତ ଅଛି କି ନାହିଁ ଏବଂ ଉଠାଯାଇପାରିବ କି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories