www.samajalive.in
Monday, December 8, 2025
20.1 C
Bhubaneswar

ନ୍ୟୁ ଇଣ୍ଡିଆ କୋଅପରେଟିଭ୍‌ ବ୍ୟାଙ୍କରେ ୧୨୨ କୋଟି ଟଙ୍କା ଠକେଇ: ପୂର୍ବତନ ମହାପ୍ରବନ୍ଧକ ଗିରଫ, ଟଙ୍କା ଉଠାଣ ଉପରେ କଟକଣା

ମୁମ୍ବଇ : ମୁମ୍ବଇ ସହରସ୍ଥିତ ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର) ହିତେଶ ମେହେଟ୍ଟାଙ୍କୁ ଷଡ଼ଯନ୍ତ୍ର କରିବା ଏବଂ ପ୍ରାୟ ୧୨୨ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ କରାଯାଇଛି। ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତାଙ୍କୁ ଶନିବାର ଗିରଫ କରିଛି। ଇଓଡବ୍ଲ୍ୟୁ ମେହେଟ୍ଟାଙ୍କ ମୁମ୍ବଇ ଦହିସରସ୍ଥିତ ବାସଭବନରେ ଚଢ଼ଉ କରିଛି। ଅନ୍ୟପକ୍ଷରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ହଜାର ହଜାର ଗ୍ରାହକ ବ୍ୟାଙ୍କ ଆଗରେ ଏକାଠି ହୋଇଛନ୍ତି।

ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବର୍ଷି ଶିଶିର କୁମାର ଘୋଷ ମେହେଟ୍ଟାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ; ବ୍ୟାଙ୍କର ପ୍ରଭାଦେବୀ ଏବଂ ଗୋରେଗାଓଁ କାର୍ଯ୍ୟାଳୟ ଭଣ୍ଡାରରେ ଥିବା ନଗଦ ଅର୍ଥ ମେହେଟ୍ଟା ଏବଂ ତାଙ୍କ ସହଯୋଗୀଙ୍କ ହେପାଜତରେ ଥିଲା।

- Advertisement -

ଏହି ଦୁଇଜଣ ଷଡ଼ଯନ୍ତ୍ର ରଚି ପ୍ରାୟ ୧୨୨ କୋଟି ଟଙ୍କା ଠକି ନେଇଥିଲେ। ୨୦୨୦ରୁ ୨୦୨୫ ମଧ୍ୟରେ ଏହି ଠକେଇ ହୋଇଛି। ବ୍ୟାଙ୍କର ଆର୍ଥିକ ସ୍ଥିରତା ଉପରେ ଚିନ୍ତା ପ୍ରକଟ କରି ଆର୍‌ବିଆଇ କେତେକ କଟକଣା ଲାଗୁ କରିଛି। ଯେପରିକି; ବ୍ୟାଙ୍କକୁ ନୂତନ ଋଣ ପ୍ରଦାନ କରିବା, ନିବେଶ କରିବା, ପାଣ୍ଠି ଉଧାର କରିବା କିମ୍ବା ଛଅ ମାସ ପାଇଁ ଉଠାଣ ଅନୁମତି ଦେବାକୁ ବାରଣ କରିଛି।

ଏହି ଘଟଣା ପ୍ରଘଟ ହେବା ପରେ ହଜାର ହଜାର ଆତଙ୍କିତ ଜମାକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ ଏକାଠି ହୋଇ ଜାଣିବାକୁ ଚାହୁଁଥିଲେ ଯେ ସେମାନଙ୍କର ଟଙ୍କା ସୁରକ୍ଷିତ ଅଛି କି ନାହିଁ ଏବଂ ଉଠାଯାଇପାରିବ କି ନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories