www.samajalive.in
Thursday, December 11, 2025
23.1 C
Bhubaneswar

ଗୋଆ ମୁଖ୍ୟମନ୍ତ୍ରୀ : ୨୫ % ବିଧାୟକ ଦୌଡରେ ସାମିଲ

ପାଣାଜୀ :  ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗ ପରେ ଗୋଆରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ ଆରମ୍ଭ ହୋଇଯାଇଛି । ଏହି ଦୌଡରେ ଗୋଆ ବିଧାନସଭା ବାଚସ୍ପତି ପ୍ରମୋଦ ସାୱନ୍ତ ଆଗରେ ରହିଛନ୍ତି । ସେହିପରି ସାୱନ୍ତ ସହ ବିଶ୍ୱଜିତ ରାଣେଙ୍କ ନାମକୁ ନେଇ ବିଚାର ବିମର୍ଶ ଜାରି ରହିଛି । ଉଭୟ ବିଜେପିର ହୋଇଥିବା ବେଳେ ସହଯୋଗୀ ଦଳ ମହାରାଷ୍ଟ୍ରୱାଦି ଗୋମାନ୍ତକ ପାର୍ଟି(ଏମଜିପି)ର ରାମକ୍ରିଷ୍ଣ ଡାଭଲିକର ଏବଂ ଗୋଆ ଫରୱାର୍ଡ ପାର୍ଟି(ଜିଏଫପି)ର ବିଜୟ ସରଦେଶାଇ ମଧ୍ୟ ଦୌଡରେ ଅଛନ୍ତି। ଉଭୟ ବିରୋଧୀ ଏବଂ ସରକାରୀ ଦଳର ପ୍ରାୟ ୨୫ ପ୍ରତିଶତ ବିଧାୟକ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଗୋଆର ପର୍ଯ୍ୟବେକ୍ଷକ ନିତୀନ ଗଡକରୀ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ।

- Advertisement -

ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଏବଂ ବିଶ୍ୱଜିତ ରାଣେଙ୍କ ନାମ ସ୍ଥିର କରାଯାଇଛି । ବିଶ୍ୱଜିତ ପାରିକରଙ୍କ କ୍ୟାବିନେଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗୋଆ ରାଜନୀତିରେ  ମଧ୍ୟ ପ୍ରମୋଦଙ୍କର ଅଭିଜ୍ଞତା ଭଲ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସ ଦଳରେ ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଛନ୍ତି।ଇତିମଧ୍ୟରେ କଂଗ୍ରେସ ଦଳ ମଧ୍ୟ ୨ଥର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ଜଣାଇଛି। ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭ୍‍ଲେକର ଏବଂ ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗିରିଶ୍‍ ଚୋନ୍ଦନକର୍‍ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କଂଗ୍ରେସକୁ ଆମନ୍ତ୍ରଣ କରାଯିବା ଉଚିତ୍‍।

ଗୋଆ ବିଧାନସଭାରେ ବିଜେପିରେ ୧୨ ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ୧୪, ମହାରାଷ୍ଟ୍ରୱାଦି ଗୋମାନ୍ତକ ପାର୍ଟି(ଏମଜିପି)ର ୩, ଏନ୍‍ସିପିର ଜଣେ, ଗୋଆ ଫରୱାର୍ଡ ପାର୍ଟିର ୩ଜଣ ଏବଂ ୩ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ଏପ୍ରିଲ୍‍ ୨୩ ତାରିଖରେ ତିନୋଟି ଆସନ ପାଇଁ ଉପନିର୍ବାଚନ ହେବାର ଅଛି।

 

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories