www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରାକ୍‌ ନିଲାମ ବୈଠକରେ ଜିଏମଆର୍‌ ସହ ୨୦ କମ୍ପାନୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଳ ​ଷ୍ଟେସନ୍‌କୁ ହା​ତେଇବାକୁ ଯାଉଛି ଆଦାନୀ ଗ୍ରୁପ। କାରଣ କେନ୍ଦ୍ର ସରକାର ଏବେ ଏହି ରେଳ ​ଷ୍ଟେସନ୍‌ର ନବୀକରଣ କରିବାକୁ ଅଣ୍ଟା ଭିଡିଛନ୍ତି। ନୂଆଦିଲ୍ଲୀ ରେଳ ​ଷ୍ଟେସନ୍‌କୁ ନେବା ନେଇ ହେଉଥିବା ଦୌଡରେ ଆଦାନୀ ଗ୍ରୁପ ଆଗରେ ରହିଥିବା ଜଣାଯାଇଛି। ଏଥିପାଇଁ ଇତି ମଧ୍ୟରେ ପ୍ରାକ୍‌ ନିଲାମ ବୈଠକ ଅନୁଷ୍ଠିତ ହୋଇଯାଇଛି।​‌ ଆଦାନୀ ବ୍ୟତୀତ ଜିଏମ୍‌ଆର୍‌ ଗ୍ରୁପ ମଧ୍ୟ ଏହି ଦୌଡରେ ଅନ୍ୟତମ ଦାବିଦାର ରହିଛି। ଅନୁଷ୍ଠିତ ପ୍ରାକ୍‌ ନିଲାମ ବୈଠକରେ ଆଦାନୀ ଏବଂ ଜିଏମ୍‌ଆର୍‌କୁ ମିଶାଇ ୨୦ ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀ ଅଂଶଗ୍ରହଣ କରିଥିଲେ। ରେଳ ଜମି ବିକାଶ କର୍ତ୍ତୃପକ୍ଷ (ଆର୍‌ଏଲ୍‌ଡିଏ) ପକ୍ଷରୁ ଏହି ବୈଠକ କରାଯାଇଥିଲା। ନୂଆଦିଲ୍ଲୀ ରେଳ ​ଷ୍ଟେସନ୍‌ର ବିକାଶରେ ସରକାର ୬୫୦୦ କୋଟି ଟଙ୍କା ବ୍ୟୟ କରିବେ। ଚାରି ବର୍ଷରେ ଏହାର ପୁନଃନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ସରକାର ଏହି ​ଷ୍ଟେସନ୍‌ର ଭିତ୍ତିଭୂମି ଏବଂ ବିଭିନ୍ନ ଯାତ୍ରୀ ସୁବିଧାରେ ଉନ୍ନତି ଘଟାଇ ଏହାକୁ ଏକ ମଲ୍ଟି ​‌ମଡେଲ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଘରୋଇ ଅପରେଟର ​ଷ୍ଟେସନ୍‌ର ୫ ଲକ୍ଷ ବର୍ଗମିଟର ଏବଂ ଏହାର କମର୍ସିଆଲ ଅଞ୍ଚଳର ୨.୬ ଲକ୍ଷ ବର୍ଗମିଟର ଅଞ୍ଚଳର ବିକାଶ ଘଟାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories