www.samajalive.in
Monday, December 8, 2025
17.1 C
Bhubaneswar

କୁହୁଡି କଷ୍ଟ ; ୮୦ ବିମାନ ଉଡାଣରେ ବିଳମ୍ବ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଘନ କୁହୁଡି କାରଣରୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ପ୍ରାୟ ୮୦ଟି ବିମାନ ବିଳମ୍ବରେ ଉଡାଣ ଭରିଛି। ଖରାପ ପାଗ କାରଣରୁ ବିମାନ ସେବା ପ୍ରଭାବିତ ହୋଇଛି। ଅଧିକାଂଶ ବିମାନ ଗୁଡିକ ନିର୍ଦ୍ଧାରିତ ସମୟ ନୁହେଁ ବରଂ ବିଳମ୍ବରେ ଉଡାଣ ଭରୁଛି।
ସୂଚନା ଅନୁଯାୟୀ ଦିଲ୍ଲୀ ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୮:୩୦ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ପ୍ରାୟ ୮୦ଟି ବିମାନ ବିଳମ୍ବ ହୋଇଛି। ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି, ଖରାପ ପାଗ ଯୋଗୁଁ ବିମାନ ସେବା ଅଧିକ ପ୍ରଭାବିତ ହେଉଛି। ଏହି କାରଣରୁ, ଅନେକ ବିମାନ କାର୍ଯ୍ୟସୂଚୀଠାରୁ ବହୁ ପଛରେ ଅଛି। ଏଥି ସହିତ ଅନେକ ଟ୍ରେନ୍ ମଧ୍ୟ ବିଳମ୍ବରେ ଚାଲୁଛି। ସୂଚନାନୁସାରେ, ତେଲେଙ୍ଗାନା ଏକ୍ସପ୍ରେସ ୩.୪୦ ଘଣ୍ଟା, ପଞ୍ଜାବ ମେଲ ୬.୦୭, ଗୋରଖଧାମ ଏକ୍ସପ୍ରେସ, ଶ୍ରମଶକ୍ତି ଏକ୍ସପ୍ରେସ, ଲଖନଉ ମେଲ, ଦାଦର ଏକ୍ସପ୍ରେସ, ବାନ୍ଦ୍ରା-ଶ୍ରୀମତ୍‌‌ ବୈଷ୍ଣୋ ଦେବୀ ସମେତ ଅନେକ ଟ୍ରେନ ଅନ୍ତର୍ଭୁକ୍ତ।
ଜାମ୍ମୁ କାଶ୍ମୀରରେ ଶ୍ରୀନଗର -୨୫, ଅମୃତସର, ଚଣ୍ଡିଗଡ଼, ପଟିଆଲା -୨୫ ,ପଞ୍ଜାବରେ, ହରିୟାଣାର ଅମ୍ବାଲା -୨୫, କର୍ଣ୍ଣାଲ, ହିସାର -୫୦, ଦିଲ୍ଲୀର ଆୟାନଗର, ସଫଦରଜଙ୍ଗ -୨୦୦, ପାଲାମ, ଦିଲ୍ଲୀ-ରିଜ -୫୦୦, ପଶ୍ଚିମ ଉତ୍ତରପ୍ରଦେଶ ଝାନସୀ, ମେରଠ -୫୦, ପୂର୍ବ ଉତ୍ତରପ୍ରଦେଶର ଗୋରଖପୁର -୨୦୦, ଲଖନଉ, ବାରାଣାସୀ, ସୁଲତାନପୁର -୫୦୦, ପୂର୍ବ ମଧ୍ୟପ୍ରଦେଶର ସତନା -୨୫, ଖଜୁରାହୋ, ଟିକାମଗଡ, ଦାମୋ -୫୦, ଗୁନା -୨୦୦, ଗ୍ୱାଲିଅର, ଭୋପାଳ -୫୦୦, ମିଟର କୁହୁଡି ରେକର୍ଡ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories