www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଙ୍କୀ:ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ କାର୍ଯ୍ୟରତ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ(ସିଆରସିସି) ବଳରାମ ପାଇକରାୟ, ପ୍ରଶାନ୍ତ କୁମାର ସାହୁ, ଦୀଲ୍ଲିପ କୁମାର ରାଉତ, ବନମାଳୀ ରାଉତଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କ ସ୍ଥାନରେ ନୂତନ ସିଆରସିସି ଭାବରେ ପୁରୁଷୋତ୍ତମ ନୋଡାଲ କ୍ଲଷ୍ଟର ପାଇଁ ଚକ୍ରଧର ପ୍ରଧାନ, ୟୁନାଇଟେଡ ବିଦ୍ୟାପୀଠ କ୍ଲଷ୍ଟର ନିମନ୍ତେ ମନୋରଞ୍ଜନ ବେଉରା, ଦୁଲଣାପୁର କ୍ଲଷ୍ଟର ନିମନ୍ତେ ଦୀଲ୍ଲିପ କୁମାର ସ୍ୱାଇଁ ଏବଂ ଅମରେନ୍ଦ୍ର ୟୁପି କ୍ଲଷ୍ଟର ଡମପଡା ପାଇଁ ଦେବଜ୍ୟୋତି ପଣ୍ଡା ନିକଟରେ ଅବସ୍ଥାପିତ ହୋଇଛନ୍ତି। ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସୂଚନା କ୍ରମରେ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟାଳୟ ପରିସରରେ ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଆରସିସି ଗଦାଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା ଏବଂ ବରିଷ୍ଠ କିରାଣୀ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ନୂତନ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନିଜର ନୂତନ କାର୍ଯ୍ୟଧାରାକୁ ଆହ୍ୱାନ ଜଣାଇଛନ୍ତି। ସେହିପରି ୪ଜଣ ପୁରାତନ ସିଆରସିସିଙ୍କୁ ଅନୁରୂପ ପଦବୀରୁ ବିଦାୟ ସମ୍ବର୍ଦ୍ଧନା ଜଣାଯାଇ ନିଜ ପୂର୍ବ ନିର୍ଦ୍ଧାରିତ ବିଦ୍ୟାଳୟ ମାନଙ୍କରେ ଯୋଗଦାନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories